ଅଶୌଧିତ ତେଲ ଦର ଖସିଲା : ଦେଶରେ କମିବ ପେଟ୍ରୋଲ ଓ ଡିଜେଲ ଦର !

261

କନକ ବ୍ୟୁରୋ : ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିରୁ ସାଧାରଣ ଖାଉଟିଙ୍କୁ ମିଳିପାରେ ଆଶ୍ୱସ୍ତି । ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ବୃହତ୍ ହତ୍ସ । ବିଶ୍ୱ ତୈଳ ବଜାରକୁ ଏବେ ମାନ୍ଦାବସ୍ଥା ଭୟ ଘାରିଛି । ଏହାର ପ୍ରଭାବରେ ନିକଟରେ ବ୍ୟାରେଲ ପିଛା ୧୨୩ ଡଲାର ଛୁଇଁଥିବ । ଆମେରିକାର ଡବ୍ଲ୍ୟୁଟିଆଇର ମୂଲ୍ୟ ବ୍ୟାରେଲ୍ ପିଛା ୧୧୦ ଡଲାରକୁ ଖସି ଆସିଛି । ଚାହିଦାରେ ହ୍ରାସ ଯୋଗୁଁ ବଜାରରେ ତୈଳ ଦର ଖସିବାରେ ଲାଗିଛି ।

ଅପରପକ୍ଷେ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ସମୂହ ଜୁଲାଇ ଏବଂ ଅଗଷ୍ଟରେ ଉତ୍ପାଦନରେ ବୃଦ୍ଧି ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଓପେକ୍ ଦୈନିକ ତୈଳ ଉତ୍ପାଦନ ୬,୪୮,୦୦୦ ବ୍ୟାରେଲକୁ  ବୃଦ୍ଧି କରିବାକୁ ଯୋଜନା କରିଛି । ଏହା ହେଲେ ବଜାରରେ ଆଉ ଚାହିଦା ଯୋଗାଣ ଜନିତ ସ୍ଥିତି ଦେଖିବାକୁ ମିଳିବନି । ଫଳରେ ବଜାରରେ ଅଶୋଧିତ ତୈଳ ଅଧିକ ଖସିବ ।  ବିଶ୍ୱ ବଜାରରେ ମୂଲ୍ୟ ଖସୁଥିବାରୁ ଏଭଳି ସ୍ଥିତିରେ ଘରୋଇ ବଜାରରେ ଖୁବ୍ ଉଚ୍ଚରେ ରହିଥିବା ପେଟ୍ରୋଲ୍ ଏବଂ ଡିଜେଲ୍ ହ୍ରାସ ଘଟିବାର ସମ୍ଭାବନା ରହିଛି ।