ବିନା କୋଭିଡ୍ ରିପୋର୍ଟରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । କରୋନା କାଳରେ ସୋମବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ ।

58

କନକ ବ୍ୟୁରୋ: ମହାପ୍ରଭୁଙ୍କ ଦର୍ଶନ ପାଇଁ ବଡଦାଣ୍ଡରେ ଆଜି ପ୍ରବଳ ଗହଳି ହୋଇଥିଲା । କରୋନାବେଳେ ଏଭଳି ମନ୍ଦିର ଭିଡ ବିପଦଜନକ ମଧ୍ୟ ହୋଇପାରେ । ୨୧ ତାରିଖରୁ ବିନା କୋଭିଡ୍ ରିପୋର୍ଟରେ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି ସରକାର ।
ଏହାପରେ ଏବେ ମନ୍ଦିର ଧିରେ ଧିରେ ଭିଡ ବଢ଼ିବାରେ ଲାଗିଛି । କିନ୍ତୁ ଆଜି ଏଭଳି ଭିଡ ହୋଇଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ କରୋନା ଚାଲିଗଲା ବୋଲି ଭାବିନେବା ଠିକ୍ ନୁହେଁ । ଅବଶ୍ୟ ଗତକାଲି ମନ୍ଦିର ସାନିଟାଇଜେସନ ପାଇଁ ବନ୍ଦ ରହିଥିଲା । ସେଥିପାଇଁ ଆଜି ଭିଡ ପ୍ରବଳ ବଢ଼ି ଯାଇଥିଲା ।

ଓଡିଶାରେ କରୋନା ଆରମ୍ଭ ହେବା ପରଠାରୁ ପୁରୀ ଶ୍ରୀମନ୍ଦିର ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିଥିଲା । କାରଣ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଥିଲା ତେଣୁ ପୁରୀ ମନ୍ଦିରକୁ ବନ୍ଦ ରଖାଯାଇଥିଲା । ପ୍ରାୟ ୯ ମାସ ପରେ ଗତ ଡିସେମ୍ବର ୨୩ ତାରିଖରେ ପୁରୀ ସହରର ଲୋକଙ୍କ ପାଇଁ ମନ୍ଦିର ଖୋଲଯାଇଥିଲା । ଆଉ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ଥିଲା । ଗତ ୨୧ ତାରିଖରୁ କୋଭିଡ୍ ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ଉଠାଇ ଦିଆଯାଇଥିଲା ।