ଚାଷ ଜମିରେ ଲହଡି ଭାଙ୍ଗୁଛି ପାଣି: ହେକ୍ଟର ହେକ୍ଟର ଚାଷ ଜମିରେ ଧାନ, ବିରି,ମୁଗ ଫସଲ ନଷ୍ଟ

ସାକ୍ଷୀଗୋପାଳ କେନାଲରେ ୧୦୦ଫୁଟର ଘାଇ ସୃଷ୍ଟି ହେବାରୁ ମାଡିଗଲା ପାଣି

113

କନକ ବ୍ୟୁରୋ: ଚାଷ ଜମିରେ ଲହଡି ଭାଙ୍ଗୁଛି ପାଣି । ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ଜମି ରହିବା ଫଳରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି । ପାଣି ଜମି ରହିବାରୁ ପାଚିଲା ଧାନ, ମୁଗ, ବିରି, ନଷ୍ଟ ହୋଇଯାଇଛି । ପୁରୀ ସାକ୍ଷୀଗୋପାଳର ଶାଖା କେନାଲରେ ୧୦୦ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ହେକ୍ଟର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । କେନାଲ ମରାମତି କାର୍ଯ୍ୟ ନକରିବା ଓ କେନାଲ ଉନ୍ନୟନ୍ନ କାର୍ଯ୍ୟ ନିମ୍ନ ମାନର ଯୋଗୁଁ ଘାଇ ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।