ଭଟ୍ଟାରିକାରେ ଲହଡି ଭାଙ୍ଗୁଛି ପାଣି : ଚାଲିଆଡେ ଜଳମଗ୍ନ ସ୍ଥିତି, ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ

105

କନକ ବ୍ୟୁରୋ : ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଆଉ କିଛି ସ୍ଥାନରେ ନଦୀ ଜଳ ସ୍ତର ବଢୁଥିବାରୁ ବିଭିନ୍ନ ଗାଁ ଗୁଡିକରେ ଜଳ ପଶି ଅସ୍ତବ୍ୟସ୍ତ ହୋଇପଡ଼ିଛି ଜୀବନ । ସେହିଭଳି ଭଟ୍ଟାରିକା ମନ୍ଦିର ବେଢା ଛୁଇଁଲାଣି ମହାନଦୀର ବନ୍ୟା ଜଳ । ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ବେଢା ଛୁଇଁଛି ମହାନଦୀର ପ୍ରଥମ ବନ୍ୟା ଜଳ ।

ମହାନଦୀର ଉପରମୁଣ୍ଡରେ ବର୍ଷା ସାଙ୍ଗକୁ ହୀରାକୁଦ ଡ୍ୟାମରୁ ଜଳ ନିଷ୍କାସିତ ହେଉଥିବାରୁ ମନ୍ଦିର ଭିତରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ ହୋଇଗଲାଣି । ମାଆଙ୍କ ମୁଖଶାଳା ପାହାଚରେ ବନ୍ୟାଜଳ ଛୁଇଁଲାଣି । ସେପଟେ ପାଣି ନିଷ୍କାସନ ପାଇଁ ମନ୍ଦିର ବେଢାକୁ ଲାଗିଥିବା ଅସ୍ଥାୟୀ ପାଚେରୀ ଖୋଲାଯାଉଛି । ମାଆଙ୍କ ରୀତିନୀତିରେ ଯେପରି କିଛି ବ୍ୟାଘାତ ନଘଟେ ସେନେଇ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।