ଗିରଫ ହେଲା ଅଭଦ୍ର ଲୋକ । ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତ ପାଖରେ ପହଞ୍ଚିଲା କମିଶନରେଟ୍ ପୋଲିସ । 

ଗିରଫ ହେଲା ଲକ୍ଷ୍ମୀସାଗରରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ ।

2,393
କନକ ବ୍ୟୁରୋ: ଗିରଫ ହେଲା ଲକ୍ଷ୍ମୀସାଗରରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୁକ୍ତ । ଘଟଣା ପଦାକୁ ଆସିବା ପରେ ଅଭିଯୁକ୍ତ ଫେରାର ଥିଲା ।  ସିସିଟିଭି ଫୁଟେଜକୁ ଆଧାର କରି କମିଶନରେଟ ପୋଲିସର ସ୍ପେସାଲ ଟିମ୍ ରାଜଧାନୀର ଅଭଦ୍ର ଲୋକକୁ ଗିରଫ କରିଛି ।
ଗତ କିଛି ଦିନ ତଳେ ଜଣେ ନାବାଳିକା ଛାତ୍ରୀ ସାଇକେଲ ନେଇ ଯାଉଥିବା ବେଳେ ବ୍ୟକ୍ତି ଜଣଙ୍କ ଏକୁଟିଆର ସୁଯୋଗ ନେଇ ଅସଦାଚାରଣ କରିଥିଲା । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଂଚଳରେ ସାଇକେଲ ନେଇ ଟିଉସନ୍ ଯାଉଥିବା ବେଳେ ଛାତ୍ରୀ ଅସଦାଚରଣର ଶିକାର ହୋଇଥିଲେ । ସେହି ଘଟଣାର ଟିକନିକ୍ ଦୃଶ୍ୟ ଘଟଣାସ୍ଥଳ ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ପରେ ସେହି ସବୁ ଦୃଶ୍ୟ ସାମ୍ନାକୁ ଆସିଥିଲା । ସିସିଟିଭି ଫୁଟେଜକୁ ଆଧାର କରି ଅଭିଯୁକ୍ତ ପାଖରେ ପହଂଚି ପାରିଛି କମିସନରେଟ୍ ପୁଲିସ ।