ପୁରୀରେ ଆଇନଜୀବୀଙ୍କୁ ରିକ୍ସା ଚାଳକଙ୍କ ଆକ୍ରମଣ, ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି

ପୁଲିସ ପିସିଆର ପହଞ୍ଚି ରଘୁନାଥ ପଟ୍ଟନାୟକଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ତାଙ୍କର ମୁଣ୍ଡ, ମୁହଁ ଓ ଛାତିରେ ଆଘାତ ଲାଗିଥିବାବେଳେ ତାଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି ।

22

କନକ ବ୍ୟରୋ: ରିକ୍ସା ଚାଳକର ଆକ୍ରମଣରେ ଆଇନଜୀବୀ ଗୁରୁତର । ପୁରୀ ଟାଉନ ଥାନା ଅନ୍ତର୍ଗତ ଦୋଳମଣ୍ଡପ ସାହିରେ ଅଘଟଣ । ଏକ ରିକ୍ସା ଚାଳକ ଆଇନଜୀବୀ ରଘୁନାଥ ପଟ୍ଟନାୟକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରି ଲହୁ ଲୁହାଣ କରିଛି । ପୁଲିସ ପିସିଆର ପହଞ୍ଚି ରଘୁନାଥ ପଟ୍ଟନାୟକଙ୍କୁ ମେଡିକାଲରେ ଭର୍ତ୍ତି କରିଛି । ତାଙ୍କର ମୁଣ୍ଡ, ମୁହଁ ଓ ଛାତିରେ ଆଘାତ ଲାଗିଥିବାବେଳେ ତାଙ୍କୁ ପୁରୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି । ଆକ୍ରମଣକାରୀ ରିକ୍ସା ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଖୋଜୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe