ମାଲକାନଗିରିରେ ପୁଲିସ୍-ଗଞ୍ଜେଇ ମାଫିଆ ରକ୍ତାକ୍ତ ସଂଘର୍ଷ । ପୁଲିସ୍ ହୋମଗାର୍ଡକୁ ଟାଙ୍ଗିଆରେ ହାଣି ଦେଲେ ଗଞ୍ଜେଇ ଚାଲାଣ କରୁଥିବା ମାଫିଆ, ମାଥିଲି ନୂଆଗୁଡ଼ା ଜଙ୍ଗଲ ନିକଟରେ ଘଟିଛି ଘଟଣା
ପୁଲିସ୍ ହୋମଗାର୍ଡକୁ ଟାଙ୍ଗିଆରେ ହାଣି ଦେଲେ
କନକ ବ୍ୟୁରୋ: ମାଲକାନଗିରିରେ ପୁଲିସ୍-ଗଞ୍ଜେଇ ମାଫିଆ ରକ୍ତାକ୍ତ ସଂଘର୍ଷ । ପୁଲିସ୍ ହୋମଗାର୍ଡକୁ ଟାଙ୍ଗିଆରେ ହାଣି ଦେଲେ ଗଞ୍ଜେଇ ଚାଲାଣ କରୁଥିବା ମାଫିଆ । ମାଥିଲି ନୂଆଗୁଡ଼ା ଜଙ୍ଗଲ ନିକଟରେ ଘଟିଛି ଏଭଳି ଏକ ଘଟଣା ।
ସୂଚନା ଅନୁସାରେ ଗତକାଲି ରାତିରେ ଖବର ପାଇ ଏକ ସ୍ୱତନ୍ତ୍ର ଟିମ୍ ଗଂଜେଇ ମାଫିଆକୁ ଧରିବା ପାଇଁ ଜାଲ ବିଛାଇ ଥିଲା । ନୂଆଗୁଡ଼ା ଜଙ୍ଗଲରୁ ପ୍ରାୟ ୧୪୦ ଜଣ ଗଂଜେଇ ନେଉ ଯାଉଥିବା ବେଳେ ପୁଲିସ୍ ଚଢ଼ାଉ କରିଥିଲା । ଆଉ ଏହି ସମୟରେ ବାଲିମେଳା ଥାନାର ହୋମଗାର୍ଡ ବନବାସୀ ମହାରଣାଙ୍କ ମୁଣ୍ଡରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଗଂଜେଇ ମାଫିଆ । ମୁଣ୍ଡରେ ଗଭିର ଆଘାତ ଲାଗିବା କାରଣରୁ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ତେବେ ଏପର୍ଯ୍ୟନ୍ତ କିଛି ମାଫିଆଙ୍କୁ ପୋଲିସ ଗିରଫ କରିଥିବା ବେଳେ, ଏହି ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ୍
Comments are closed.