ପୈତୃକ ଜମି ଭାଗବଣ୍ଟାକୁ ନେଇ କୋରାପୁଟରେ ଗୋଷ୍ଠୀ ସଂଘର୍ଷ । ଘଟଣାସ୍ଥଳରେ ଟଳି ପଡିଲେ ୨ଜଣ, ୭ ଗୁରୁତର ଆହତ

143

କନକ ବ୍ୟୁରୋ : ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ପୈତୃକ ସଂପତି ଭାଗବଂଟାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଘଟଣାସ୍ଥଳରେ ୨ ଜଣଙ୍କ ଜୀବନ ଯାଇଛି । କୋରାପୁଟ ଜିଲ୍ଲା ଦଶମନ୍ତପୁର ସଦର ଥାନା ଅଂଚଳ ହାତୀମୁଣ୍ଡା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ଗତକାଲି ବିଳମ୍ବିତ ରାତିରେ ଜମିଜମା ବିବାଦକୁ ନେଇ ହାତୀମୁଣ୍ଡା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଘଟଣାସ୍ଥଳରେ ଧନପତି ଜାନି ଓ ସହଦେବ ଜାନୀ ନାମକ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ସଂଘର୍ଷରେ ୭ ଜଣ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ପୈତୃକ ଜମି ଭାଗବଂଟାକୁ ନେଇ ଏହି ସଂଘର୍ଷ ହୋଇଥିବା ସୂଚନା ଦେଇଛି ପୁଲିସ । ସେପଟେ କୋରାପୁଟ ଡିଏସପି ଶ୍ରୀ ନିରଞ୍ଜନ ବେହେରା ମଧ୍ୟ ହାତୀମୁଣ୍ଡା ଗାଁରେ ପହଂଚି ତନାଘନା ଚଳାଇଛନ୍ତି । ପୁଲିସର ଗିରଫଦାରି ଭୟରେ ହାତୀମୁଣ୍ଡା ଗାଁ ପୁରୁଷ ଶୂନ୍ୟ ହୋଇପଡିଛି । ହତ୍ୟାକାଣ୍ଡକୁ ନେଇ ଦଶମନ୍ତପୁର ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି ।