ଡୁମଡୁମାରେ ବୋହୂକୁ ମାଡ଼ ଘଟଣାରେ ପୋଲିସ ନିଷ୍କ୍ରିୟତାର ପ୍ରତିବାଦ । ଶାଶୁ ଘର ଆଗରେ ଶତାଧିକ ଲୋକଙ୍କୁ ନେଇ ଧାରଣା ଦେଲେ ବୋହୂ ବିଷ୍ଣୁପ୍ରିୟା । ଗତ ୨ ତାରିଖରେ ମାଡ ମାରିଥିଲେ ଶଶ୍ୱୁର ଓ ଦେଢ଼ଶୁର

191

କନକ ବ୍ୟୁରୋ : ଶ୍ୱଶୂର ଓ ଦେଢଶୂର ମାଡ ମାରିବା ଘଟଣାରେ ୪ ଦିନ ପରେ ନ୍ୟାୟ ପାଇଁ ବୋହୂର ଧାରଣା । ବୋହୂଙ୍କୁ ମାଡମାରି ଦେଢଶୂର ଗିରଫ ହୋଇଥିବାବେଳେ ଜାମିନରେ ମୁକୁଳିଛନ୍ତି । ହେଲେ ପୋଲିସ କୋହଳ ଦଫା ଲଗାଇଥିବାରୁ ଜାମିନ ମିଳିଗଲା ବୋଲି ଅଭିଯୋଗ କରି ଆଜି ଶତାଧିକ ଲୋକଙ୍କୁ ଧରି ଶ୍ୱଶୂର ଘର ଆଗରେ ଧାରଣା ଦେଇଛନ୍ତି ପୀଡିତା ବିଷ୍ଣୁପ୍ରିୟା ।
ସ୍ୱାମୀଙ୍କ ବିବହା ଅନ୍ୟତ୍ର ହେଉଥିବା ଖବର ପାଇ ଗତ ଶୁକ୍ରବାର ଏଠାରେ ପହଞ୍ଚିଥିଲେ ବିଷ୍ଣୁପ୍ରିୟା । ହେଲେ ଶ୍ୱଶୂର ଘର ଲୋକ ତାଙ୍କୁ ମାଡ ମାରି ନାଳ ଭିତରେ ଫିଙ୍ଗି ଦେଇଥିବାର ଭିଡିଓ ଭାଇରାଲ ହୋଇଥିଲା ।

ଦିନକୁ ଦିନ ସମାଜରୁ ମାନବିକତା ହଜିଯାଉଛି । କରୋନା ମହାମାରୀ ସମୟରେ ଲୋକେ ଘାଣ୍ଟି ହେଉଥିବା ବେଳେ ଏପଟେ ମହିଳାଙ୍କ ଉପରେ ଅତ୍ୟାଚାର ବଢୁଥିବା ଘଟଣା ସାମ୍ନାକୁ ଆସୁଛି ।