ମୁମ୍ୱାଇରେ କ୍ରିକେଟର ସୁରେଶ ରାଇନା ଗିରଫ । କୋଭିଡ ନିୟମ ଉଲ୍ଲଘଂନ କରି ପାର୍ଟି କରୁଥିବା ବେଳେ ଧରିଲା ପୋଲିସ । 

746

କନକ ବ୍ୟୁରୋ : କରୋନା ନିୟମ ଉଲ୍ଲଘଂନ କରି ଗିରଫ ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା । ମହାରାଷ୍ଟ୍ରରେ ବିଳମ୍ବିତ ରାତି ଯାଏଁ ପାର୍ଟି କରୁଥିବାରୁ ପୋଲିସ କ୍ଲବ ଉପରେ ଚଢାଉ କରି ଗିରଫ କରିଥିଲା । ସୁରେଶ ରାଇନାଙ୍କ ସମତେ ଅନ୍ୟ ୩୪ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ସୁସେନ ଖାନ ମଧ୍ୟ ଅଛନ୍ତି ।

ଗିରଫ ହେବା ପରେ ସମସ୍ତଙ୍କୁ ବେଲ୍୍ ମିଳିଥିବା ସୂଚନା ମିଳିଛି । ମୁମ୍ବାଇ ଏୟାରପୋର୍ଟ ପାଖରେ ଥିବା ଜେଡବ୍ଲୁ ମେରିୟଟ ହୋଟେଲରେ ଥିବା କ୍ଲବରେ ପାର୍ଟି ହେଉଥିଲା । ଏହି ପାର୍ଟିରେ କୋଭିଡ ନିୟମ ଉଲ୍ଲଘଂନ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା ।

ରେଡ ବେଳେ କିଛି ଲୋକ କ୍ଲବର ପଛ କବାଟ ପଟେ ପଳାଇଥିଲେ । ପରେ ସୁରେଶ ରାଇନାଙ୍କ ସମେତ ୩୪ ଜଣଙ୍କୁ ଗିରଫ କରି ଆଇପିସି ଧାରା ୧୮୮, ୨୬୯ ଓ ୩୪ ଅନୁଯାୟୀ କେସ ଦାୟର କରିଥିଲା ପୋଲିସ ।