ଗେହ୍ଲୀ ଝିଅ ପାଇଁ ଗୀତ ଗାଇଲେ କ୍ରିକେଟର୍ ରାଏନା : ଗୀତ ଶୁଣି ଭାବପ୍ରବଣ ହେଲେ ଗମ୍ଭୀର, ହରଭଜନ୍

57

କ୍ରିକେଟ ମଇଦାନରୁ କିଛି ସମୟର ବ୍ରେକ ନେଇ ମ୍ୟୁଜିକ ରେକଡିଂ ଷ୍ଟୁଡିଓରେ ପହିଁଚିଛନ୍ତି ଟିମ ଇଣ୍ଡିଆର ଧୁରନ୍ଧର ବ୍ୟାଟସମ୍ୟାନ ସୁରେଶ ରାଏନା । ବ୍ୟାଟ ବଲ ବଦଳରେ ସୁରେଶଙ୍କ ଏଥରକ ସାଥୀ ହୋଇଛି ମାଇକ୍ରୋଫୋନ ଓ ମନଛୁଆଁ ଲିରିକ୍ସ । କ୍ରିକେଟ ମଇଦାନରେ ନିଜ ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେଉଥିବା ରାଏନା ଏଥରକ ଝିଅ ପାଇଁ ଡେଡିକେଟ କରିଛନ୍ତି ଖାସ ଗୀତ । ନିଜ ଭଏସରେ ଝିଅ ଗ୍ରେସିଆଙ୍କ ପାଇଁ ଗୀତ ଗାଇଲେ ସୁରେଶ ଗୀତର ଟାଇଟେଲ ରହିଛି ବିଟିଆ ରାନୀ । ପୂର୍ବରୁ ଗୀତର ଟିଜର ରିଲିଜ ହୋଇଥିବାବେଳେ ଏବେ ସମ୍ପୂର୍ଣ୍ଣ ଗୀତ ରିଲିଜ କରାଯାଇଛି । ତେବେ ସୁରେଶଙ୍କ ଏହି ଗୀତକୁ ମିଳିଛି ଫ୍ୟାନ,ସାଥୀ କଳାକାର ଓ ବଲିଉଡ ଷ୍ଟାରଙ୍କ ପ୍ରଂଶସା ।

ବିରେନ୍ଦ୍ର ସେହେୱାଗ ଓ କ୍ରିକେଟର ହରଭଜନ ସିଂ ଟୁଇଟ କରି ସୁରେଶଙ୍କ ପ୍ରଂଶସା କରିବା ସହ ଗୌତମ ଗମ୍ଭୀର ଜଣାଇଛନ୍ତି ଧନ୍ୟବାଦ । ସେହିପରି ଇରଫାନ ପଠାନ ସୁରେଶଙ୍କ ଗୀତକୁ ମଧ୍ୟ ବେଶ ପ୍ରଂଶସା କରିଛନ୍ତି । ଏଥିସହ ଟେନିସ ତାରାକା ସାନିଆ ମୀର୍ଜା, ବ୍ୟାଡମିଂଟନ ଷ୍ଟାର ସାଇନା ନେହେୱାଲ ଓ ବଲିଉଡ ଷ୍ଟାର ରିତେଶ ଦେମୁଖ ନିଜ ନିଜ ଟୁଇଟର ପେଜରେ ଗୀତକୁ ସେୟାର କରିଛନ୍ତି । ସୁରେଶ ରାଏନାଙ୍କ ପତ୍ନୀ ପ୍ରିୟଙ୍କ ରାୟନାଙ୍କ ରେଡି ଶୋ ‘ଦ ପ୍ରିୟଙ୍କ ରୈନା’ ଶୋରେ ଏହି ଗୀତର ପ୍ରସାରଣ କରାଯିବ । ଶ୍ରୋତା ତଥା ରାଏନାଙ୍କ ଫ୍ୟାନମାନେ ଆସନ୍ତା ଶନିବାର ଦିନ ଘରୋଇ ଏଫଏମ ଚ୍ୟାନେଲରେ ସୁରେଶଙ୍କ ଏହି ଗୀତକୁ ଶୁଣିପାରିବେ । ତେବେ ଆପଣଙ୍କୁ ଏଇଠି କହି ରଖିଛୁ ସୁରେଶଙ୍କ ଭଏସରେ ଏହା ପ୍ରଥମ ଗୀତ ନୁହେଁ ପୂର୍ବରୁ ମରାଠି ଫିଲ୍ମ ମେରାଠିଆ ଗ୍ୟାଙ୍ଗଷ୍ଟର ପାଇଁ ମଧ୍ୟ କଣ୍ଠଦାନ କରିସାରିଛନ୍ତି ସୁରେଶ ।