ପ୍ରଧାନମନ୍ତ୍ରୀଙ୍କ ହୃଦୟ ଜିତିଲା ସଂସ୍କୃତ ଭାଷାରେ କ୍ରିକେଟ୍ କମେଣ୍ଟ୍ରି : ଭିଡିଓ ସେୟାର କରି କଲେ ରିଟ୍ୱିଟ୍

138

କନକ ବ୍ୟୁରୋ : କ୍ରିକେଟରେ ସଂସ୍କୃତ ଭାଷାରେ କମେଣ୍ଟ୍ରି । ପୂର୍ବରୁ କେବେ ଶୁଣିନଥିଲେ ବି ବେଙ୍ଗାଲୁରୁରେ ଏଭିଳି ଏକ ସଂସ୍କୃତ ଭାଷାରେ କମେଣ୍ଟ୍ରି କରାଯାଇଥିବା ଶୁଣିବାକୁ ମିଳିଛି । କେଉଁ ଏକ ଗଳି ଅଞ୍ଚଳରେ କିଛି ପିଲା କ୍ରିକେଟ ଖେଳୁଥିବା ବେଳେ ଜଣେ ପିଲା ସଂସ୍କୃତ ଭାଷାରେ ମ୍ୟାଚର କମେଣ୍ଟ୍ରି କରୁଥିବା ଶୁଣିବାକୁ ମିଳିଥିଲା । ଆଉ ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ବି ଲାଗିଛି ।

 

ସବୁଠୁ ବଡ଼କଥା ହେଲା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିଟ୍ୱିଟ୍ କରିଛନ୍ତି । ଏହିଭଳି ଏକ ପ୍ରୟାସ କରୁଥିବାରୁ କ୍ରିକଟେ କମେଣ୍ଟ୍ରି କରୁଥିବା ପିଲାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ପିଲାଟିର ପ୍ରୟାସ ‘ହୃଦୟସ୍ପର୍ଶୀ’ ଏବଂ କାଶୀରେ ଏହି କ୍ରିକେଟ ମ୍ୟାଚ୍ ସମୟରେ ସଂସ୍କୃତରେ କମେଣ୍ଟ୍ରି ଶୁଣିଥିବା ନେଇ ମୋଦୀ କହିଛନ୍ତି ।