ରାଜସ୍ଥାନ : ଅଲୱାରରେ ଜଣେ ଗୋଚାଲାଣକାରୀଙ୍କୁ ଗୋରକ୍ଷକ ମାନେ ପିଟି ପିଟି ମାରିଦେଲେ

24

କନକ ବ୍ୟୁରୋ : ଗୋଚାଲାଣକାରୀଙ୍କୁ ପିଟି ପିଟି ମାରିଦେଲେ । ରାଜସ୍ଥାନର ଅଲୱାରରେ ଜଣେ ଗୋଚାଲାଣକାରୀଙ୍କୁ ଗୋରକ୍ଷକ ମାନେ ପିଟି ପିଟି ମାରିଦେଇଛନ୍ତି । ପୋଲିସ ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦର ୧୦ ଜଣ କର୍ମୀଙ୍କୁ ଗିରଫ କରିଛି । ଘଟଣା ୧୫ ଦିନ ତଳର ହୋଇଥିବା ବେଳେ ସୋସିଆଲ୍ ମିଡିଆରେ ଏହି ଆକ୍ରମଣର ଭିଡିଓ ଭାଇରାଲ୍ ହେବା ପରେ ଘଟଣା ପଦାକୁ ଆସିଛି । ସେପଟେ ଏଭଳି ଘଟଣା ପାଇଁ ରାଜସ୍ଥାନ ସରକାର ଉଭୟ ପକ୍ଷକୁ ଦୋଷୀ କରିଛନ୍ତି ।