ଟିକା ଉତ୍ପାଦନକୁ ନେଇ ବଡ ତଥ୍ୟ ଦେଲେ ଆଦର ପୁନାବାଲା: କହିଲେ, ଆସନ୍ତା ସପ୍ତାହରୁ ୫୦ପ୍ରତିଶତ କମ୍ ହେବ କୋଭିସିଲ୍ଡ ଉତ୍ପାଦନ 

169

କନକ ବ୍ୟୁରୋ: ଟିକା ଉତ୍ପାଦନକୁ ନେଇ ବଡ ତଥ୍ୟ ଦେଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ସିଇଓ । ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଟିକାକୁ ନେଇ କୌଣସି ଅର୍ଡର ନଥିବା କହିଛନ୍ତି ସେରମ୍ ଇନ୍ଷ୍ଟିଚ୍ୟୁଟ୍ ସିଇଓ ଆଧାର ପୁନାବାଲା । ଫଳରେ ଆସନ୍ତା ସପ୍ତାହରୁ କୋଭିସିଲ୍ଡ ଟିକା ଉତ୍ପାଦନ ୫୦ପ୍ରତିଶତ କମ୍ ହେବ ବୋଲି ସୂଚନା ଦେଇଛନ୍ତି ପୁନାୱାଲା ।

ଦେଶରେ ଏବେ ବି ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତ ବୟସ୍କଙ୍କୁ କରୋନାର ଉଭୟ ଡୋଜ୍ ପ୍ରଦାନ କରାଯାଇ ନାହିଁ । ଆଉ ଆଗକୁ ଆହୁରି ଟିକାର ଆବଶ୍ୟକତା ମଧ୍ୟ ପଡିପାରେ । ହେଲେ ସରକାରଙ୍କ ପକ୍ଷରୁ କୋଭିସିଲ୍ଡ ଟିକା ନେଇ ଆଉ ଅର୍ଡର ଦିଆଯାଇ ନାହିଁ । ଫଳରେ ଆଗକୁ ଟିକାର ଉତ୍ପାଦନକୁ ହ୍ରାସ କରାଯାଉଛି । ଯଦି ସରକାରଙ୍କୁ ଅଧିକ ଟିକାର ଆବଶ୍ୟକତା ପଡେ ତାହାଲେ ସିରମ୍ ଇନଷ୍ଟିଚ୍ୟୁଟ୍ ଯୋଗାଇ ପାରିବ ନାହିଁ ବୋଲି ଚେତାଇ ଦେଇଛନ୍ତି ପୁନାବାଲା ।