ବିଦେଶକୁ ଯାଉଥିଲେ ଆଗୁଆ ନେଇପାରିବେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ : ଚାକିରି କିମ୍ବା ପାଠ ପଢ଼ିବାକୁ ଯାଉଥିଲେ ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ପାଇଁ ଅନୁମତି

185

କନକ ବ୍ୟୁରୋ : ବିଦେଶକୁ ଯାଉଥିଲେ କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ୍ ଆଗୁଆ ନେଇ ପାରିବେ । ଏ ନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ବିଦେଶକୁ ପାଠ ପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀ, ଚାକିରି କରିବାକୁ ଯାଉଥିବା ବ୍ୟକ୍ତି ଏବଂ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସୁବିଧା ମିଳିବ ।

ସେମାନେ ୨୮ ଦିନ ପରେ ଏବଂ ୮୪ ଦିନ ପୂର୍ବରୁ ଟିକାର ଦ୍ୱିତୀୟ ଡୋଜ୍ ନେଇ ପାରିବେ । କୋଭିସିଲ୍ଡ୍ ଟିକାର ଦ୍ୱିତୀୟ ଡୋଜ୍ ୮୪ ଦିନ ପରେ ନେବା ପାଇଁ ନିୟମ ରହିଛି । ତେବେ ବିଦେଶ ଯିବାକୁ ଥିଲେ ଏଥିରେ କୋହଳ କରାଯାଇଛି । ଏ ନେଇ ସବୁ ଜିଲ୍ଲାପାଳ ଓ ମୁନିସିପାଲ୍ କମିସନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।