ରାଜ୍ୟରେ ୧୨୦୦ ଟପିଲା ଦୈନିକ ସଂକ୍ରମଣ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ପଜିଟିଭ ଚିହ୍ନଟ ?

1,307

କନକ ବ୍ୟୁରୋ: ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ । ୧୨୦୦ ଟପିଲା ଦୈନକ ସଂକ୍ରମଣ । ଗତ ୨୪ଘଣ୍ଟାରେ ୧୨୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ବର୍ଷ ମଧ୍ୟରେ ୧୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୭୧୦ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୦୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିନ୍ତା ବଢାଇଲାଣି ସୁନ୍ଦରଗଡ଼, ସମ୍ବଲପୁର ଓ କଟକ । ସୁନ୍ଦରଗଡ ୧୬୬, ଷ୍ଟେଟ ପୁଲ ୧୧୦, ସମ୍ୱଲପୁର ୯୯, କଟକ ୮୦ ଜଣ ଆକ୍ରାନ୍ତ ରହିଛନ୍ତି ।

ଗତକାଲି ୬୮୦ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଜାନୁଆରୀ ୩ ରେ ୪୨୪, ଜାନୁଆରୀ ୨ରେ ୪୨୪, ଜାନୁଆରୀ ୧ରେ ୨୯୮, ଡିସେମ୍ବର ୩୧ରେ ୨୨୮, ଡିସେମ୍ବର ୩୦ରେ ୨୨୫, ଡିସେମ୍ବର ୨୯ରେ ୨୨୧, ଡିସେମ୍ବର ୨୮ରେ ୧୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ ।