ସାମନାକୁ ଆସିଲା ଟିକା ଅଭାବର ସାଂଘାତିକ ଚିତ୍ର : ଆଜିିଠାରୁ ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ; ମାତ୍ର ୨୧୦ ଟିକାକରଣ କେନ୍ଦ୍ରରେ ଦିଆଯିବ ଟିକା

418

କନକ ବ୍ୟୁରୋ : ସାମନାକୁ ଆସିଲା ଟିକା ଅଭାବର ସାଂଘାତିକ ଚିତ୍ର । ଆଜିଠାରୁ ରାଜ୍ୟର ୧୧ଟି ଜିଲ୍ଲାରେ ଟିକାକରଣ ବନ୍ଦ । ଟିକା ନଥିବାରୁ ରାଜ୍ୟରେ ଆଜି ମାତ୍ର ୨୧୦ଟି ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ ଓ ସୋନପୁରରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ ରହିବ ।

ଜୁନ୍ ୨୧ ପରେ ଆଜି ସବୁଠାରୁ କମ ଟିକା ଦିଆଯିବ । କୋଭିସିଲ୍ଡ ଟିକା ନଥିବାରୁ ଏଭଳି ସ୍ଥିତି ଉପୁଜିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏବେ କୋଭିସିଲ୍ଡ ଟିକାର ମାତ୍ର ୩୮ ହଜାର ୩୮୦ ଡୋଜ୍ ରହିଛି । ଏବଂ ଜୁଲାଇ ଦୁଇ ପରେ ରାଜ୍ୟକୁ ପରବର୍ତି କୋଭିସିଲ୍ଡ ଟିକା ଆସିବ ବୋଲି କୁହାଯାଇଛି । ଜୁନ୍ ୨୧ରୁ କ୍ୟାମ୍ପେନ ମୋଡରେ ଚାଲିଥିଲା ଟିକାକରଣ । ହେଲେ ଟିକା ଅଭାବ ଯୋଗୁଁ ଏହି ଅଭିଯାନରେ ଏବେ ବାଧା ସୃଷ୍ଟି ହୋଇଛି ।