କଥା ବଦଳାଇଲେ କଟକ ଜିଲ୍ଲାପାଳ: କହିଲେ, ଟିକା ନନେଲେ କାହାର କଟାଯିବନି ଦରମା; ହେଳା ନକରି ସ୍ୱେଚ୍ଛାକୃତ ଭାବେ ଟିକା ନେବାକୁ ଆହ୍ୱାନ

ପୂର୍ବରୁ ଟିକା ନନେଲେ ଦରମା କଟିବ ବୋଲି ଚିଠି ଲେଖିଥିଲେ ଜିଲ୍ଲାପାଳ

116

କନକ ବ୍ୟୁରୋ : ଟିକା ନନେଲେ ଦରମା କଟିବ । କଟକ ଜିଲ୍ଲାପାଳ ଗତକାଲି ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଆଜି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ଟିକା ନନେଲେ କାହାର ଦରମା କଟିବନି ବୋଲି କହିଛନ୍ତି କଟକ ଜିଲ୍ଳାପାଳ ଭବାନୀଶଙ୍କର ଚଇନି । ସ୍ୱେଚ୍ଚାକୃତ ଟିକାଦାନକୁ ହେଳା ନକରି ଟିକା ନେବା ଉଚିତ୍ ବୋଲି କହିଛନ୍ତି ଜିଲ୍ଲାପାଳ ।

୧୦ ଫେବୃଆରୀ ସୁଦ୍ଧା ଟିକା ନନେଲେ ଦରମା ବନ୍ଦ ହେବ ବୋଲି ଗତକାଲି ଜିଲ୍ଲାପାଳ କହିଥିଲେ । ଏନେଇ କଟକ ମହାନଗର ନିଗମ, ଏସସିବି କତୃପକ୍ଷଙ୍କୁ ଜିଲ୍ଲାପାଳ ଚିଠି ଲେଖିଥିଲେ । ତେବେ, ଜାନୁଆରୀ ୧୬ ତାରଖରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଛି । ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି । ଏହି ଟିକାକରଣ କ୍ଷେତ୍ରରେ ରାଜ୍ୟରେ କଟକ ପଛୁଆ ହୋଇ ରହିଛି, ଯାହା ରାଜ୍ୟ ପାଇଁ ଅପବାଦର ବିଷୟ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।