ଆସନ୍ତା ୧୬ ପରେ ରାଜ୍ୟରେ କିପରି ହେବ କରୋନା କଟକଣା ? ତାଲାବନ୍ଦ ହଟିବ କି ନାହିଁ କଳ୍ପନା ଜଳ୍ପନା ଜାରି , ୨୮ ଜିଲ୍ଲା ହୋଇପାରେ ଅନଲକ୍

1,384

କନକ ବ୍ୟୁରୋ : ଆସନ୍ତା ୧୬ ତାରିଖରେ ଲକଡାଉନ୍ ହଟିବ କି ନାହିଁ ? ଏହାକୁ ନେଇ ସାରା ରାଜ୍ୟରେ କଳ୍ପନା ଜଳ୍ପନା ଲାଗି ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣ କମୁଥିବା ବେଳେ ଲକଡାଉନ୍ କୋହଳ ହେବା ନେଇ ସାଧାରଣରେ ଆଶା ପ୍ରକାଶ ପାଇଛି । ତେବେ ଉପକୂଳ ଜିଲ୍ଲା ବିଶେଷକରି କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସବୁଠୁ ଅଧିକ ରହୁଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଦୁଇ ଜିଲ୍ଲା ।

ଏହି ଦୁଇ ଜିଲ୍ଲାକୁ ବାଦ ଦେଇ ବାକି ୨୮ଟି ଜିଲ୍ଲାରେ ଲକଡାଉନ୍ ଉଠାଇବା ନେଇ ବିଶେଷ ଅସୁବିଧା ହେବନାହିଁ । ଏହି ଦୁଇଟି ଜିଲ୍ଲାରେ ଲକଡାଉନର ରୂପରେଖ କ’ଣ ରହିବ ତାକୁ ନେଇ ଏବେ ତର୍ଜମା ଚାଲିଛି । ଗତ କିଛିଦିନର ସଂକ୍ରମଣ ଓ ପଜିଟିଭ ହାରକୁ ସମୀକ୍ଷା କରିବା ପରେ ସରକାର ଏନେଇ ନିଷ୍ପତ୍ତି ନେବେ । ସେପ୍ଟେମ୍ବର ୧୨ ତାରିଖରେ ନିଟ୍ ପରୀକ୍ଷା ହେବ ତେଣୁ ନିଷ୍ପତ୍ତି ନେବା ଆଗରୁ କେନ୍ଦ୍ର ଗାଇଡଲାଇନକୁ ଅପେକ୍ଷା କରାଯାଇଛି ।