ସୁରଟରେ ମେ ୫ ତାରିଖ ଯାଏଁ କପଡା ମାର୍କେଟ ଓ ହୀରା ବଜାର ବନ୍ଦ : ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କଲା ବ୍ୟବସାୟୀ ସଂଘ; ଜାରି ରହିବ ଅତ୍ୟାବଶ୍ୟକ ସେବା

196

କନକ ବ୍ୟୁରୋ : ସୁରଟ କପଡ଼ା ମାର୍କେଟ ଓ ହୀରା ବଜାର ଆଗାମୀ ମେ’ ୫ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ବନ୍ଦ ରହିବ । ଏନେଇ ପ୍ରେସମିଟରେ ସୂଚନା ଦେଲେ ସୁରଟ ପୋଲିସ କମିଶନର ଅଜୟ ସିଂ ତୋମର । ବ୍ୟବସାୟୀକ କମ୍ପେ୍ଲକ୍ସ ଏବଂ ଦୋକାନ ବଜାର ବନ୍ଦ ରହିବ । ପରିବା ବଜାର ଖୋଲା ରହିବ ।

ଅନ୍ୟାନ୍ୟ ଆବଶ୍ୟକୀୟ ସେବା ମଧ୍ୟ ଚାଲୁ ରହିବ ବୋଲି କହିଛନ୍ତି ପୋଲିସ କମିଶନର । ଏହି ବନ୍ଦକୁ ସମର୍ଥନ କରଛନ୍ତି କପଡ଼ା ବ୍ୟବସାୟୀ ସଂଘ । ପୂର୍ବରୁ ରାତି ୮ରୁ ପରଦିନ ସକାଳ ୬ ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି । ସୁରଟରେ ସବୁଠାରୁ ଅଧିକ ଓଡ଼ିଆ ଶ୍ରମିକ କପଡ଼ା ଓ ହୀରା କମ୍ପାନୀରେ କାମ କରୁଥିବା ବେଳେ ଏହାର ପ୍ରଭାବ ପକାଇବା ନେଇ ଆଶା କରାଯାଉଛି ।