ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ । ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଲା ସ୍ୱାସ୍ଥ୍ୟ ବିଭାଗ । ବଜାର ଓ ମନ୍ଦିରରେ ଭିଡ କମାଇବାକୁ ଗୁରୁତ୍ୱ ।

4,670

କନକ ବ୍ୟୁରୋ: ଓଡିଶାରେ କଡାକଡି ହେବ କୋଭିଡ୍ ନିୟମ । ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସବୁ ଜିଲ୍ଲାପାଳ, ମହାନଗର ନିଗମ ଓ ପୋଲିସ ବିଭାଗକୁ ସତର୍କ କରାଇଛନ୍ତି।

ଏଣିକି ସବୁ ଜିଲ୍ଲାରେ କୋଭିଡ୍ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ନିୟମ ଅନୁସାରେ ଯଥେଷ୍ଟ କରୋନା ଟେଷ୍ଟିଂ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ଅନ୍ୟପଟେ ଭିଡ ଜାଗା ଯେପରିକି ମାର୍କେଟ, ଧର୍ମାନୁଷ୍ଠାନରେ ଭିଡ କମାଇବାକୁ କୁହାଯାଇଛି ।

ଆସନ୍ତାକାଲି ମହାରାଷ୍ଟ୍ରର କିଛି ଅଞ୍ଚଳରେ ଲକଡାଉନ୍ ଜାରି କରାଯାଇଥିଲା । ସେଠାରେ କୋଭିଡ୍ ସଂକ୍ରମଣ ବଢୁଥିବା ଦେଖି ପୁଣି ଲକଡାଉନ୍ ଜାରି କରାଯାଇଥିଲା । ଏହାକୁ ଦେଖି ଏବେ ଓଡିଶାରେ ମଧ୍ୟ ନିୟମ କଡାକଡି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।