୨୪ଘଣ୍ଟାରେ ୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ, ୬ଜଣଙ୍କର ମୃତ୍ୟୁ 

85

କନକ ବ୍ୟୁରୋ : ୨୪ ଘଣ୍ଟା ଭିତରେ ୬୪୯ ନୂଆ ଆକ୍ରାନ୍ତ ଚିହ୍ନଟ । ଶୁନରୁ ୧୮ ବର୍ଷ ଭିତରେ ୧୦୩ ଜଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୮୧ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୨୬୮ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ୨୩୫, କଟକରୁ ୮୪, ଯାଜପୁରରୁ ୩୦, ଜଗତସିଂହପୁରରୁ ୩୭, କେନ୍ଦ୍ରାପଡ଼ାରୁ ୨୪, ବାଲେଶ୍ୱରରୁ ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟ ପୁଲରୁ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ, ୧୬ ହଜାର ୩୬୨କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୧୦ ଲକ୍ଷ ୨ ହଜାର ୨୫୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬ହଜାର ୯୫୭ ରହିଛି । ସେପଟେ କରୋନା କାରଣରୁ ୨୪ ଘଂଟା ଭିତରେ ୬ଜଣଙ୍କର ମୃତ୍ୟୁ ହୋଇଛି ।