କଟକ ଟାଙ୍ଗି କୋଭିଡ଼ ହସ୍ପିଟାଲରୁ ଆସିଲା ଅଭାବନୀୟ ଦୃଶ୍ୟ : ମାନସିକ ଭାରସାମ୍ୟ ହରାଇ ନିଜ ବେକରେ ଛୁରୀ ଭୁସିଦେଲେ କରୋନା ଆକ୍ରାନ୍ତ

421

କନକ ବ୍ୟୁରୋ : ନିଜ ବେକରେ ଛୁରି ଭୁଷିଲେ କରୋନା ଆକ୍ରାନ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଟାଙ୍ଗିସ୍ଥିତ କୋଭିଡ ହସ୍ପିଟାଲରେ । ଗୁରୁତର ଅବସ୍ଥାରେ ରୋଗୀଙ୍କୁ କଟକ ଏସସିବିର ସର୍ଜରୀ ବିଭାଗକୁ ଅଣାଯାଇଛି । କିଛି ସମୟ ପରେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି ।

ବେକରେ ଛୁରିଟି ଅଧା ପଶି ରହିଥିବାବେଳେ ଅସ୍ତ୍ରୋପଚାର କରି ଏହାକୁ କଢାଯିବ ବୋଲି ଜଣାପଡିଛି । ଦୁଇଦିନ ହେଲା ସେ କୋଭିଡ ହସ୍ପିଟାଲକୁ ଯାଇଥିଲେ । ଫଳ କାଟି ଖାଇବା ପାଇଁ ସାଙ୍ଗରେ ଏକ ଛୁରି ନେଇଥିଲେ । ମାନସିକ ଭାରସାମ୍ୟ ହରାଇ ନିଜ କେବକୁ ଛୁରିରେ ଭୁଷିଦେଇଥିବା ଅନୁମାନ କରାଯାଉଛି । ଲକଡାଉନ ଯୋଗୁଁ ତାଙ୍କର ଏକ ମୋବାଇଲ ଦୋକାନ ବନ୍ଦ ରହିଥିଲା ଏହାପରେ ସେ କରୋନା ଆକ୍ରାନ୍ତ ହେବାରୁ ମାନସିକ ସନ୍ତୁଳନ ହରାଇ ବସିଥିଲେ ।