୬ସପ୍ତାହ ଭିତରେ ଦେଶରେ ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି କରୋନା ମୃତ୍ୟୁ : କେତେକ ରାଜ୍ୟରେ ୪ଗୁଣ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ବିଭାଗର ସୂଚନା

184

କନକ ବ୍ୟୁରୋ : ଗତ ୬ସପ୍ତାହ ଭିତରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ପ୍ରାୟ ଦୁଇ ଗୁଣ ବୃଦ୍ଧି ପାଇଛି । ଏପରିକି କେତେକ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ଗୁଣ ବୃଦ୍ଧି ପାଇଛି । କରୋନା ମୃତ୍ୟୁ ସଂଖ୍ୟା ଅଧିକ ବୃଦ୍ଧି ପାଇଥିବା ରାଜ୍ୟ ଗୁଡିକ ମଧ୍ୟରେ ଆଗରେ ରହିଛନ୍ତି, ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଓ କେନ୍ଦ୍ରଶାସିତ ଅଂଚଳ ଲଦାଖ । ଏପ୍ରିଲ ପହିଲାରୁ ଏପର୍ଯ୍ୟନ୍ତ ଦେଶରେ ୨ଲକ୍ଷ ୧୦ ହଜାର ଲୋକଙ୍କର ଜୀବନ ନେଇଛି ଏହି ମହାମାରୀ ।

ତେବେ ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ ଓ ଉତରପ୍ରଦେଶ, ପାଂଚଟି ରାଜ୍ୟରେ ଦେଶର ସବୁଠାରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଗତ ୬ସପ୍ତାହରେ ହୋଇଥିବା ମୋଟ ମୃତ୍ୟୁ ସଂଖ୍ୟାର ପ୍ରାୟ ୬୦ ପ୍ରତିଶତ ଏହି ପାଂଚଟି ରାଜ୍ୟରୁ ରହିଛନ୍ତିି । ସେହିପରି ପୂର୍ବ ଦୁଇ ସପ୍ତାହ ସାପ୍ତାହିକ ମୃତ୍ୟୁ ସଂଖ୍ୟା କମ୍ ରହିବା ପରେ ଶେଷ ସପ୍ତାହରେ ମୃତ୍ୟୁ ସଂଖ୍ୟା ବଢ଼ିଯାଇଛି । ଗତ ସପ୍ତାହରେ ଦେଶରେ ୨୧ ହଜାର ୭୪ଜଣଙ୍କର ମୃତ୍ୟୁ ହୋଇଛି । ବିହାର, ମହାରାଷ୍ଟ୍ର ଓ ଉତରାଖଣ୍ଡରେ ମୃତ୍ୟୁ ସଂଖ୍ୟାରେ ସରକାର ସଂଶୋଧନ କରିବା ଏହା ବଢ଼ି ଯାଇଛି ।