ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିଛି : ଲୋକେ ସଚେତନ ରହିଲେ ନିୟନ୍ତ୍ରଣରେ ରହିବ କରୋନା

107

କନକ ବ୍ୟୁରୋ : ରାଜ୍ୟରେ ତାଲାବନ୍ଦ ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି । ସେ କହିଛନ୍ତି ସମସ୍ତ ଡାଟାକୁ ସର୍ଭେ କରି ଲକଡାଉନ୍ ଓ ଅନଲକ ଉପରେ ନିଷ୍ପତି ନିଆଯିବ । ଏବେ ଧୀରେ ଧୀରେ ରାଜ୍ୟରେ ସଂକ୍ରମଣ କମୁଥିବା କହିଛନ୍ତି ସିବିକେ ମହାନ୍ତି । ଆଶା କରାଯିବ ଆଉ ଅଳ୍ପ ଦିନ ମଧ୍ୟରେ ସମ୍ପୁର୍ଣ୍ଣ କମିଯିବ । ଲୋକେ ସଚେତନ ହେଲେ କରୋନା ନିୟନ୍ତ୍ରଣ ହେବ । ଅନଲକ ହେଲେ ମଧ୍ୟ ଲୋକଙ୍କୁ ନିୟମ କଡାକଡ଼ି ପାଳନ କରିବାକୁ ହେବ । ଏବେ କମ୍ ରୋଗୀ ଆଇସିୟୁରେ ଥିବା କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ।

ସେପଟେ, ନକଲି ଓଷଧ ନେଇ ସିବିକେ ମହାନ୍ତି କହିଛନ୍ତି ଯେ, କେବଳ ନକଲି ଓଷଧ ଓଡ଼ିଶାର ନୁହେଁ ସମଗ୍ର ଦେଶରେ ରହିଛି ,ଯେବେ ନକଲି ପ୍ରମାଣ ହେଲେ କାର୍ଯ୍ୟାନୁଷ୍ଠାନ ନେବେ, ଏହାର ସମସ୍ତ କାର୍ଯ୍ୟାନୁଷ୍ଠାନ ଡ୍ରଗସ୍ କଣ୍ଟ୍ରୋଲର ନେବେ ବୋଲି କହିଛନ୍ତି ସିବିକେ ମହାନ୍ତି ।