କରୋନା ଟିକା ସ୍ଥିତି ନେଇ ଆଜି ସମୀକ୍ଷା କରିବେ ମୋଦି: ଟିକା ନିର୍ମାତା ୩ କମ୍ପାନୀ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଟିକା ପ୍ରସ୍ତୁତି ଓ ବଂଟନ ଉପରେ ଚର୍ଚ୍ଚା କରିପାରନ୍ତି ମୋଦି

105

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୋଭିଡ୍ ଟିକା ପ୍ରସ୍ତୁତ କରୁଥିବା ୩ କମ୍ପାନୀ ସହିତ ଆଲୋଚନା କରିବେ । ଏହି ଭର୍ଚୁାଆଲ ସମ୍ମିଳନୀରେ ଜେନୋଭା ବାୟୋଫାର୍ମା, ବାୟୋଲୋଜିକାଲ-ଇ ଏବଂ ଡକ୍ଟର ରେଡ୍ଡ୍ି ଫର୍ମା ପ୍ରତିନିଧି ଯୋଗଦେବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଭାରତ ବାୟୋଟେକ୍, ସିରମ ଇନଷ୍ଠିଚ୍ୟୁଠ୍ ଏବଂ ଜାଇଡସ୍ କାଡ଼ିଲା ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଥିଲେ ।

ପ୍ରଧାନମନ୍ତ୍ରୀ ଟିକା ସ୍ଥିତିର ସମୀକ୍ଷା କଲାବେଳେ ଟିକାର ପ୍ରସ୍ତୁତି ଓ ବିକାଶ ନେଇ ଅନେକ କିଛି ପ୍ରଶ୍ନ କରିଥିଲେ । ଟିକା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଏଭଳି ଜ୍ଞାନ ଜାଣିଲା ପରେ ସିରମ ଇଷ୍ଟିଚ୍ୟୁଟ ସିଇଓ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଟିକାର ପ୍ରତ୍ୟେକ ପର୍ଯ୍ୟାୟ, ପ୍ରସ୍ତୁତି ଏବଂ ପରୀକ୍ଷଣ ବାବାଦରେ ପ୍ରଧାନମନ୍ତ୍ରୀଙ୍କ ଧାରଣା ଥିବାରୁ ତାଙ୍କୁ ବୁଝାଇବା ସହଜ ଥିଲା ବୋଲି ପୁନାବାଲା କହିଥିଲେ । ଆଉ ପୁଣି ଥରେ ଟିକାର ସ୍ଥିତି ନେଇ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।