ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ : ଏନେଇ ବିହାର ସରକାରଙ୍କ ବଡ ଘୋଷଣା; ଘରୋଇ ହସ୍ପିଟାଲରେ ଟିକାକରଣର ଖର୍ଚ୍ଚ ବହନ କରିବେ ନୀତିଶ ସରକାର

ବିହାର ଲୋକଙ୍କୁ ଦେବାକୁ ପଡ଼ିବ ନାହିଁ ୨୫୦ ଟଙ୍କାର ଦେୟ

121

କନକ ବ୍ୟୁରୋ : ଆଜି ସାରାଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ ଟିକାକରଣ ନେଇ ବଡ ଘୋଷଣା କରିଛନ୍ତି ବିହାର ସରକାର । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ବିହାରରେ ଘରୋଇ ହସ୍ପିଟାଲଗୁଡିକରେ ଟିକା ନେଉଥିବା ଲୋକଙ୍କ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଟିକା ନେବାର କାର୍ଯ୍ୟକ୍ରମ ରହିଛି ।

ସାରାଦେଶରେ ୬୦ବର୍ଷରୁ ଅଧିକ ବୟସ୍କ ଏବଂ ବିଭିନ୍ନ ରୋଗ ଥିବା ୪୫ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯିବ । ଏଥିପାଇଁ ଦେଶରେ ୧୦ହଜାର ସରକାରୀ ଟିକାକରଣ କେନ୍ଦ୍ର ଏବଂ ୨୦ହଜାର ଘରୋଇ ଟିକାକରଣ କେନ୍ଦ୍ରରେ ଟିକାଦାନ କରାଯିବ । ଘରୋଇ ଟିକାକରଣ କେନ୍ଦ୍ରରେ ଟିକା ନେବା ପାଇଁ ୨୫୦ଟଙ୍କା ଦେୟ ବ୍ୟବସ୍ଥା କରାଯାଇଥିବା ବେଳେ ବିହାରରେ ଏହି ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର ।