ଆଜି ଟିକାକରଣ : ଟିକା ନେବାକୁ ଯୋଗ୍ୟ କିଏ ? କିଏ ନେବେନାହିଁ କରୋନା ଟିକା ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

171

କନକ ବ୍ୟୁରୋ : ସାରା ଦେଶ ଯେଉଁ ମୁହୁର୍ତକୁ ଅପେକ୍ଷା କରି ରହିଥିଲା, ସେହି ସମୟ ଆସି ପହଂଚି ଯାଇଛି । ଆଜି ଦେଶରେ ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଛି ।

– କରୋନା ଟିକାକରଣ ପାଇଁ ସାରାଦେଶରେ ୩ ହଜାର ୬ଟି କେନ୍ଦ୍ର ଚିହ୍ନଟ ହୋଇଛି
– ସାରାଦେଶରେ ପ୍ରଥମ ଦିନରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ କରୋନା ଟିକା
– ପ୍ରତ୍ୟେକ କେନ୍ଦ୍ରରେ ୧୦୦ ଜଣ ହିତାଧିକାରୀଙ୍କୁ ପ୍ରଥମ ଦିନରେ ଦିଆଯିବ ଟିକା
– କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତୁତ କୋ-ୱିନ ଆପ୍ ଡାଉନଲୋଡ କରିଛନ୍ତି ହିତାଧିକାରୀ
– ଆପ୍ଲିକେସନ୍ ଜରିଆରେ ଟିକାଦାନ କେନ୍ଦ୍ର ଓ ସମୟ ବାବଦରେ ସୂଚନା ଦିଆଯାଇଛି

ରାଜ୍ୟରେ କରୋନା ଟିକାକରଣ –
– ରାଜ୍ୟର ୧୬୧ଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ
– ଟିକା ନେବାକୁ ତାଲିକାଭୁକ୍ତ ୩ ଲକ୍ଷ ୩୮ ହଜାର ୭୭୭ ସ୍ୱାସ୍ଥ୍ୟକର୍ମୀ
– ପ୍ରଥମ ଦଫାରେ ଟିକା ନେବେ ୧ ଲକ୍ଷ ୯୨ ହଜାର ୫୫୫ ଜଣ
– ଭୁବନେଶ୍ୱର ବ୍ୟତୀତ ଅନ୍ୟ ସବୁଠି ଦିଆଯିବ କୋଭିସିଲ୍ଡ ଟିକା
– କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା ଦେବାକୁ ସ୍ଥିର
– ରାଜ୍ୟକୁ ଆସିଛି କୋଭିସିଲ୍ଡ ଟିକାର ୪ ଲକ୍ଷ ୮ ହଜାର ଡୋଜ୍
– କୋଭାକ୍ସିନ ଟିକାର ୨୦ ହଜାର ଭାଏଲ ରାଜ୍ୟରେ ପହଂଚିଛି
– ଗୋଟିଏ କୋଭିସିଲ୍ଡ ଶିଶିରୁ ୧୦ ଜଣଙ୍କୁ ଦିଆଯିବ ଟିକା
– କୋଭାକ୍ସିନ ଶିଶିରୁ ୨୦ ଜଣଙ୍କୁ ଦିଆଯାଇ ପାରିବ ଟିକା

କୋଭିସିଲ୍ଡ

– ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ପକ୍ଷରୁ ବିକଶିତ
– ଭାରତରେ ପୁଣେସ୍ଥିତ ‘ସେରମ୍ ଇନଷ୍ଟିଚ୍ୟୁଟ’ କରୁଛି ଉତ୍ପାଦନ
– କରୋନା ବିରୋଧରେ ୫୦ରୁ ୭୦ ପ୍ରତିଶତ ଫଳପ୍ରଦ ହେବା ଦାବି
– କୋଭିସିଲ୍ଡର ଗୋଟିଏ ଶିଶିରୁ ୧୦ ଜଣ ନେଇପାରିବେ ଟିକା
– ଟିକସକୁ ମିଶାଇ ଗୋଟିଏ ଡୋଜ୍ର ଦାମ ୨୧୦ ଟଙ୍କା
– ପ୍ରଥମ ଦଫାରେ ୧.୧ କୋଟି ଡୋଜ୍ କିଣାଯାଇଛି
– ଏପ୍ରିଲ ସୁଦ୍ଧା ଆଉ ୪.୫ କୋଟି ଡୋଜ୍ କିଣାଯିବ

କୋଭାକ୍ସିନ
– ଭାରତରେ ବିକଶିତ ଓ ଭାରତରେ ପରୀକ୍ଷିତ ସ୍ୱଦେଶୀ ଟିକା
– ଭାରତ ବାୟୋଟେକ ଓ ଆଇସିଏମଆର ପକ୍ଷରୁ ପ୍ରସ୍ତୁତ ଟିକା
– କରୋନା ବିରୋଧରେ ୭୫ ପ୍ରତିଶତ ଫଳପ୍ରଦ ହେବା ଦାବି
– କୋଭାକ୍ସିନର ଗୋଟିଏ ଶିଶିରୁ ୨୦ ଜଣଙ୍କୁ ଦିଆଯିବ ଟିକା
– ଟିକସକୁ ମିଶାଇ ଗୋଟିଏ ଡୋଜ୍ର ଦାମ ୩୦୦ ଟଙ୍କା
– ପ୍ରଥମ ଦଫାରେ ୩୮.୫ ଲକ୍ଷ ଡୋଜ୍ କିଣାଯାଇଛି
– ଦ୍ୱିତୀୟ ଦଫାରେ ୧୬.୫ ଲକ୍ଷ ଡୋଜ୍ କିଣାଯିବ
– ଦ୍ୱିତୀୟ ଦଫାରେ ଗୋଟିଏ ଡୋଜ୍ର ମୂଲ୍ୟ ୨୯୫ ଟଙ୍କା

ଦେଶର ୧୨ଟି ଷ୍ଟେସନରେ ୫୬.୬ ଲକ୍ଷ ଟିକାର ଡୋଜ୍ –
ଦିଲ୍ଲୀ, ଚେନ୍ନାଇ, କୋଲକାତା, ଗୌହାଟୀ, ଅହମ୍ମଦାବାଦ, ହାଇଦ୍ରାବାଦ, ବିଜୟୱାଡା, ଭୁବନେଶ୍ୱର, ପାଟନା, ବେଙ୍ଗଳୁରୁ, ଲକ୍ଷ୍ନୌ,
ଚଣ୍ଡିଗଡ଼

ଟିକା ନେବାକୁ ଯୋଗ୍ୟ କିଏ ?
– ପ୍ରଥମରେ ୩ କୋଟି ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା
– ଦ୍ୱିତୀୟ ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କ ଟିକାକରଣ ପାଇଁ ଯୋଜନା
– ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଅଗ୍ରାଧିକାର
– ୫୦ ବର୍ଷରୁ କମ୍ ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ମିଲିବ ଟିକା
– ନିଜ ଇଚ୍ଛାରେ ଟିକା ନେଇପାରିବେ, ଏଥିପାଇଁ କେହି ବାଧ୍ୟ କରିବେ ନାହିଁ
– କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ଟିକା ନେବାପାଇଁ ଉତ୍ସାହିତ କରାଯିବ
– କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତଙ୍କୁ ଟିକା ନେବାକୁ ପରାମର୍ଶ

କିଏ ନେବେନାହିଁ କରୋନା ଟିକା ?
– ୧୮ ବର୍ଷରୁ କମ ବୟସ୍କ
– ଗର୍ଭବତୀ ମହିଳା
– ସ୍ତନ୍ୟପାନ କରାଉଥିବା ମା’
– ୧୪ ଦିନ ଭିତରେ ଅନ୍ୟ ଟିକା ନେଇଥିବା ବ୍ୟକ୍ତି
– ଗୁରୁତର ଅସୁସ୍ଥ ଥିବା ଓ ହସ୍ପିଟାଲରେ ଭର୍ତ୍ତି ବ୍ୟକ୍ତି
– କୋଭିଡ ଲକ୍ଷଣ ଥିଲେ ୮ ସପ୍ତାହ ପରେ ନେବେ ଟିକା