ଦେଶରେ ବଢ଼ୁଛି କରୋନା ସଂକ୍ରମଣ : ୨୪ ଘଣ୍ଟାରେ ୪୨ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ, ୫୩୩ ମୃତ

58

କନକ ବ୍ୟୁରୋ : ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ୨୪ ଘଂଟାରେ ୪୨ ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୩ ଜଣଙ୍କ ମୃତ୍ୟୁ ହୋଇଛି । ୪୧ ହଜାର ୭୨୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶର ମୋଟ କରୋନା ସଂକ୍ରମଣ ୩ କୋଟି ୧୮ ଲକ୍ଷ ୧୨ ହଜାର ୧୧୪ ରହିଛି । ସୁସ୍ଥ ହୋଇଛନ୍ତି ୩ କୋଟି ୯ ଲକ୍ଷ ୭୪ ହଜାର ୭୪୮ଜଣ । ଏବେବି କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୪ ଲକ୍ଷ ୧୧ହଜାର ୭୬ ଜଣ । ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ ୨୬ ହଜାର ୨୯୦ ରହିଛି ।