ଅମାନିଆଙ୍କୁ ସାବାଡ଼ ପାଇଁ କମିଶନରେଟ୍ ପୁଲିସର ବଡ଼ ଅଭିଯାନ : ଭୁବନେଶ୍ୱରରେ ସମସ୍ତ ଏସିପି ଓ ଆଇଆଇସିଙ୍କ ମିଳିତ ଅଭିଯାନ; ୪୨ଟି ଦୋକାନ ସିଲ୍

288

କନକ ବ୍ୟୁରୋ : କୋଭିଡ କଟକଣା ପାଳନ କରୁନଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କ ଉପରେ କଠୋର ହୋଇଛି କମିଶନରେଟ ପୋଲିସ । ଜରୁରୀ ସେବା ବାହାରେ ଥିବା ଦୋକାନ ଗୁଡ଼ିକୁ ବନ୍ଦ କରିବା ସହ କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ୪୨ଟି ଦୋକାନକୁ ସିଲ୍ କରାଯାଇଛି । ଚା ଦୋକାନ, ଲୁଗା ଦୋକାନ, ମଦ ଦୋକାନ ଆଦିକୁ ସିଲ୍ କରିବା ସହ ପୁଲିସ୍ ଜୋରିମାନା ଆଦୟ କରିଛି । ଭୁବନେଶ୍ୱର ସମସ୍ତ ଜୋନର ଏସିପି ଓ ଆଇଆଇସି ପିସିଆର ଭ୍ୟାନରେ ସହର ପରିକ୍ରମା କରି ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

ଲକଡାଉନ ସମୟରେ ନିୟମ ଭାଙ୍ଗୁଥିବା ଅମାନିଆଙ୍କ ଠାରୁ ଜରିମାନ ବି ଆଦାୟ କରାଯାଉଛି । ରବିବାର କୋଭିଡ ନିୟମ ଉଲଂଘନ ଯୋଗୁଁ ଦୁଇଟି ପ୍ରମୁଖ ବଜାର ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଇଥିଲା ଭୁବନେଶ୍ୱର ମହାନଗର ନିଗମ । କୋଭିଡ ନିୟମ ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ୪ ନଂବର ମାଛ ବଜାରକୁ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ସିଲ୍ କରିଛି ବିଏମସି । ସେହିପରି ରାଜଧାନୀର ଅନ୍ୟତମ ବ୍ୟସ୍ତ ବହୁଳ ବଜାର ବାପୁଜୀନଗର ମାର୍କେଟ୍କୁ ଜୁଲାଇ ୧ ଯାଏଁ ସିଲ୍ କରାଯାଇଛି ।