କନକ ବ୍ୟୁରୋ: କରୋନା ବିଶ୍ୱରେ ଭୟଙ୍କର ବିପର୍ୟ୍ୟୟ ସୃଷ୍ଟି କରିଛି। ଏହାର ଉତ୍ପତ୍ତିକୁ ନେଇ ଚୀନ୍ ଆରମ୍ଭରୁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଚୀନର ଉହାନ ଲ୍ୟାବର ଏକ ପରୀକ୍ଷାଗାରରୁ କୋଭିଡ୍-୧୯ ମହାମାରୀ (କୋଭିଡ୍-୧୯) ଉତ୍ପନ୍ନ ହୋଇଥିବା ନେଇ ଅନେକ ଦୃଢ଼ ଦାବି ହୋଇଥିଲା। ଆମେରିକା ତରଫରୁ ଅନେକ ଗୁଇନ୍ଦା ସୂଚନା ମଧ୍ୟ ସେୟାର କରାଯାଇଛି । ଏବେ ଆମେରିକାର ଗୁଇନ୍ଦା ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍ ବିଆଇ) ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି ।

Advertisment

ଏଫବିଆଇ ନିର୍ଦ୍ଦେଶକ କ୍ରିଷ୍ଟୋଫର ୱାରେ ଦୃଢ ଭାବେ ଘୋଷଣା କରିଛନ୍ତି ଯେ, କୋଭିଡ୍ -୧୯ ମହାମାରୀ ଚୀନର ଉହାନରେ ଏକ ପରୀକ୍ଷାଗାର ଘଟଣାରୁ ଉତ୍ପନ୍ନ ହୋଇଛି ବୋଲି ସ୍ପଷ୍ଟ ହୋଇଛି । ଏନେଇ ଏଫବିଆଇ ମଧ୍ୟ ଟୁଇଟ୍ କରିଛି। ଅନ୍ୟପକ୍ଷରେ ଆମେରିକାର ଶକ୍ତି ବିଭାଗ ମଧ୍ୟ ଏକ ରିପୋର୍ଟରେ କୋଭିଡ୍-୧୯ ମହାମାରୀ ଏକ ପରୀକ୍ଷାଗାରରେ ଲିକ୍ ଯୋଗୁଁ ହୋଇଥିଲା ବୋଲି ଦୃଢ଼ ସମ୍ଭାବନା ପ୍ରକାଶ କରିଛି।