ଗୋଟିଏ ଦିନରେ ୧ଲକ୍ଷ ୨୧ ହଜାର ଜଣଙ୍କୁ ଦିଆଗଲା ଟିକା : ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ବରିଷ୍ଠ ନାଗରିକ ନେଇଥିବା ସୂଚନା ଦେଲେ ସ୍ୱାସ୍ଥ୍ୟବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ରାଜ୍ୟରେ ମୋଟରେ ଟିକା ନେଲେଣି ୧୨ ଲକ୍ଷ , ଦେଶରେ ୩କୋଟି ୧୫ ଲକ୍ଷ

100

କନକ ବ୍ୟୁରୋ : ରାଜ୍ୟରେ ଗୋଟିଏ ଦିନରେ ଏକ ଲକ୍ଷ ବରିଷ୍ଠ ନାଗରିକ ଟିକା ନେଇଛନ୍ତି । ପ୍ରତିଦିନ ଟିକାକରଣ ପାଇଁ ଏକ ଲକ୍ଷ ଟାର୍ଗେଟ ଥିବାବେଳେ ଏ ସଂଖ୍ୟା ଛୁଇଁବାରେ ସଫଳ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

ଗତକାଲି ରାଜ୍ୟରେ ମୋଟ ୧ ଲକ୍ଷ ୨୧ ହଜାର ୫୭୨ ଜଣଙ୍କୁ ଟିକା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୭୩ ଜଣ ବରିଷ୍ଠ ନାଗରିକ ରହିଛନ୍ତି । ତେବେ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୨ ଲକ୍ଷ ୮୧ ହଜାର ୩୬୨ ଜଣ ଟିକା ନେଇଛନ୍ତି । ସେହିପରି ଦେଶରେ ଏପର୍ଯ୍ୟନ୍ତ ମୋଟ ୩ କୋଟି ୧୫ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି ।

ହେଲେ, ସହରାଂଚଳ ଭଳି ଗ୍ରାମାଂଚଳରେ ଟିକା ନେବାକୁ ସେଭଳି ଆଗ୍ରହ ଦେଖାଯାଉ ନାହିଁ । ଲୋକମାନେ ଟିକା ପାଇଁ ନାମପଂଜିକରଣ କରିଥିଲେ ସୁଦ୍ଧା ଟିକା ନେଉ ନାହାଁନ୍ତି । ଯାହାକି ଲକ୍ଷ୍ୟ ପୂରଣ କରିବା ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।