ଓଡ଼ିଶା ସରକାରଙ୍କୁ ସୁରଟରୁ ଅପିଲ କଲେ ପ୍ରବାସୀ ଓଡ଼ିଆ : ନୋଡାଲ ଅଫିସର ନିଯୁକ୍ତି କରିବାକୁ କଲେ ଅନୁରୋଧ

 ସଂକ୍ରମଣ ବଢ଼ି ଚାଲିଥିବାରୁ ଚିକିତ୍ସା ସୁବିଧାରୁ ବଂଚିତ ପ୍ରବାସୀ ଶ୍ରମିକ, ଗଲାଣି ୨୦ଜଣଙ୍କ ଜୀବନ

469

କନକ ବ୍ୟୁରୋ : ସୁରତ ସହରରେ କରୋନା ସଂକ୍ରମଣ କମିବାର ନା ନେଉ ନାହିଁ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଭଳି ସମୟରେ ସୁରତରେ ରହୁଥିବା ପ୍ରବାସୀ ଓଡିଆ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ପ୍ରବାସି ଶ୍ରମିକମାନେ କରୋନା ଆକ୍ରାନ୍ତ ହୋଇ ଗୁରୁତ୍ୱର ହେବା ପରେ ବି ଚିକିିତ୍ସା ସୁବିଧାରୁ ବଂଚିତ ହେଉଥିିବା ଅଭିଯୋଗ ହେଉଛି ।

ଏପରିକି ବିଳମ୍ବିତ ଚିକିତ୍ସା ଯାଗୁଁ ୨୦ ଜଣ ପ୍ରବାସୀ ଓଡିଆଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛିି । କିନ୍ତୁ ଏହି ସଂଖ୍ୟା ୫୦ରୁ ଅଧିକ ହେବ ବୋଲି ସ୍ୱେଛାସେବୀମାନେ ଦାବି କରୁଛନ୍ତି । କୁହାଯାଉଛି ଅଧିକ ପ୍ରବାସୀ ଓଡିଆ ଶ୍ରମିକ  ଶ୍ରେଣୀର ହୋଇଥିବାରୁ ଓ ସେମାନେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସମ୍ପର୍କରେ ନଥିବାରୁ ଅକ୍ସିଜେନ ବେଡ୍, ଭଲ ଡାକ୍ତରଖାନାରେ ଚିକିତ୍ସା ଭଳି ସରକାରୀ ତଥା ବେସରକାରୀ ସୁବିଧାରୁ ବଂଚିତ ହୋଇଛନ୍ତି । ଯାହା ଫଳରେ ମୃତ୍ୟୁ ମୁଖରେ ପଡୁଥିବା କୁହାଯାଉଛି । ଏଥିପାଇଁ  ସୁରତରେ ଥିବା ପ୍ରବାସୀ ଓଡଆଙ୍କ ପାଇଁ ଓଡିଶା ସରକାର ନୋଡାଲ ଅଫିସର ନିଯୁକ୍ତି ଦାବି କରିବାକୁ ଦାବି କରିଛନ୍ତି ।