ଗଞ୍ଜାମକୁ ଫେରିଲା କଟକଣା : କରୋନା ସଂକ୍ରମଣ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ଜାରି

93

କନକ ବ୍ୟୁରୋ : କିଛିମାସରେ ବ୍ୟବଧାନ ପରେ ଗଞ୍ଜାମକୁ ଫେରିଛି କଟକଣା। ଜିଲ୍ଲାରେ ନିୟନ୍ତ୍ରଣରେ ରହିଥିଲେ ହେଁ ଦେଶର ମହରାଷ୍ଟ୍ର ସମେତ ବିଭିନ୍ନ ସ୍ଥାନରେ କରୋନା ପୁଣି କାୟା ମେଲିଥିବାରୁ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୁପ ଏହି ପଦକ୍ଷେପ ନିଆଯାଇଛି। ରାଜ୍ୟସରକାର ନିର୍ଦ୍ଦେଶ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ବତନ୍ତ୍ର ନିୟମବାଳୀ ଜାରି କରାଯାଇଛି। ଏଥିରେ କୁହାଯାଇଛି..

– ଧାର୍ମିକ ଅନୁଷ୍ଠାନ, ବଜାର ଏବଂ ବିଭିନ୍ନ ଅନୁଷ୍ଠାନରେ କଡାକଡି ଭାବେ ଲାଗୁ ହେବ କୋଭିଡ୍ ନିୟମ
– ସମସ୍ତ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟରେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରାଯିବ
– ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ଏବଂ ସାନିଟାଇଜେସନକୁ ଗୁରୁତ୍ୱ ଦେବାକୁ ଏସଓପିରେ ନିର୍ଦ୍ଦେଶ
– ସମସ୍ତ ବ୍ଲକ ଓ ପୌରାଂଚଳରେ ମାସ୍କ ଚେକିଂ ପଏଂଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି
– ଥାନା ଅଧିକାରୀଙ୍କ ସହାୟତାରେ ତହସିଲଦାର, ବିଡିଓ, ଯାଂଚ ପ୍ରକ୍ରିୟାର ତଦାରଖ କରିବେ
– କରୋନା ଗାଇଡଲାଇନ ଅନୁସାରେ ଆବଶ୍ୟକୀୟ କୋଭିଡ୍ ପରୀକ୍ଷା କରିବାକୁ ନିର୍ଦ୍ଦେଶ
– ନିୟମିତ ଆସୁଥିବା ନମୁନା ସମ୍ପର୍କରେ ତଦାରଖ କରିବେ ଉପଜିଲ୍ଲାପାଳ
– ଆଶା, ଅଙ୍ଗନୱାଡି ଓ ଏଏନଏମ କର୍ମଚାରୀ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି କୋଭିଡ୍ ପରୀକ୍ଷା କରିବାକୁ ନିର୍ଦ୍ଦେଶ
– ଦୋକାନୀମାନେ କୋଭିଡ୍ କଟକଣା ନମାନିଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ
– ପରିବହନ ସେବା କ୍ଷେତ୍ରରେ କୋଭିଡ୍ କଟକଣାକୁ କଡାକଡି ଭାବେ ପାଳନ କରାଯିବ
– ସରକାରୀ ଓ ଘରୋଇ ଯାତ୍ରୀବାହୀ ଯାନ କ୍ଷମତାଠାରୁ ଅଧିକ ଯାତ୍ରୀ ନେଇପାରିବେ ନାହିଁ
– କର୍ମଚାରୀ ଓ ଯାତ୍ରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ