କରୋନା ସଂକ୍ରମଣକୁ ନେଇ ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ରଙ୍କ ପ୍ରତିକ୍ରିୟା : କହିଲେ, ଦ୍ୱିତୀୟ ୱେଭରୁ ଅଧିକ ମାରାତ୍ମକ ହେବନାହିଁ ଥାର୍ଡ଼ ୱେଭ୍

208

କନକ ବ୍ୟୁରୋ :  କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ନିରୋଜ ମିଶ୍ର । ମହାରାଷ୍ଟ୍ରରେ ତୃତୀୟ ଲହର ଆସିଲେ ବି ବଡ଼ ହେବ ବୋଲି ମୋତେ ଲାଗୁନି ବୋଲି କହିଛନ୍ତି ନିରୋଜ ମିଶ୍ର । ଶହେ ବର୍ଷ ତଳେ ଯେଉଁ ମହାମାରୀ ଆସିଥିଲା ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଓ ଚତୁର୍ଥ ଲହର ସଂକ୍ରମଣ କମ୍ ଥିଲା ବୋଲି ସେ କହିଛନ୍ତି । ଟିକା ନେଲେ ବି କରୋନା ନିୟମ ମାନିବାକୁ ପଡ଼ିବ ବୋଲି କହିଛନ୍ତି ଡ଼ାକ୍ତର ନିରୋଜ ମିଶ୍ର ।

ପିଲାଙ୍କୁ ଅଧିକ ସଂକ୍ରମିତ କରିବ ବୋଲି ଭାବୁନି । କୌଣସି ଟିକା ୧୦୦% କାମ ଦିଏନି । ତେବେ ଦୁଇଟି ଟିକା ନେଇଥିବା ଲୋକଙ୍କୁ ସଂକ୍ରମଣ ୮୮% କମ ହେଉଥିବା ଅନୁଧ୍ୟାନରୁ ଦେଖାଯାଇଛି । ଟିକା ନେଲା ପରେ ବି ଆମକୁ  କୋଭିଡ୍ ନିୟମ ମାନିବାକୁ ପଡିବ ।

ସେପଟେ, ମହାରାଷ୍ଟ୍ରରେ ୨-୩ ସପ୍ତାହ ପରେ ତୃତୀୟ ଲହର ଆସିବ ବୋଲି ପୂର୍ବାନୁମାନ କରାଯାଇଛି । ଏହାକୁ ନେଇ ଡିଏମଇଟି ପ୍ରତିକ୍ରିୟା ରଖିଛନ୍ତି । ସିବିକେ ମହାନ୍ତି କହିଛନ୍ତି, ଏଥିପାଇଁ ଆମେ ବି ପ୍ରସ୍ତୁତ ରହିଛୁ । ତେବେ ସବୁ ପୂର୍ବାନୁମାନ ଯେ ସତ ହୋଇଛି ତା ନୁହେଁ । ବିଶେଷଜ୍ଞ ଭିନ୍ନ ମତ ଦେଇଛନ୍ତି । ଜୁନ ୭ ଯାଏଁ ବିଶ୍ୱରେ ମାତ୍ର ୬୩ ଡେଲଟା ଭାରିଆଂଟ ଚିହ୍ନଟ ହୋଇଥିଲା । ଏହାମଧ୍ୟରୁ ଭାରତର ୬ଟି ରହିଛି ।