କିଛି ସମୟ ପରେ ବଡ ଘୋଷଣା କରିବେ ରାଜ୍ୟ ସରକାର : ଲକଡାଉନ / ସଟଡାଉନ୍ ନେଇ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ

262

କନକ ବ୍ୟୁରୋ : ଖୋଲିବ କି ଓଡିଶା ? ଆସନ୍ତାକାଲି ସକାଳ ୫ଟାରେ ସରକାର ଘୋଷଣା କରିଥିବା ତୃତୀୟ ଫେଜ ଲକଡାଉନ ଅବଧି ଶେଷ ହେବା ପାଇଁ ଯାଉଛି । ସାରା ରାଜ୍ୟରେ ଗୋଟିଏ ଚର୍ଚ୍ଚା ଆରମ୍ଭ ହେବ କି ଅନଲକ ପ୍ରକ୍ରିୟା । ଯଦି ହେବ କେଉଁ ଆଧାରରେ, କେଉଁ କେଉଁ ଜିଲ୍ଲାରେ ଓ କେଉଁ ମଡେଲରେ । ଆଜି ଅପରାହ୍ନରେ ବଡ ଘୋଷଣା କରିବେ ରାଜ୍ୟ ସରକାର । ଦିନ ସାଢେ ୧ଟାରେ ସମ୍ବୋଧନ କରିବେ ମୁଖ୍ୟ ଶାସନ ସଚିବ ।  ଲକଡାଉନ / ସଟଡାଉନ୍ ନେଇ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଲକଡାଉନ ଖୋଲିଯିବ କିନ୍ତୁ ନାଇଟ କର୍ଫ୍ୟୁ ଜାରି ରହିପାରେ । ସପ୍ତାହାନ୍ତ ସଟଡାଉନ ବି ଜାରି ରହିବା ସମ୍ଭାବନା ରହିଛି । ହଲ, ମଲ, ହୋଟେଲ ଉପରେ ମାସ ଶେଷ ଯାଏଁ କଟକଣା ବଳବତର ରହିପାରେ । ସେଲୁନ,ସ୍ପା ବନ୍ଦ ରହିବା ସମ୍ଭାବନା ଅଧିକ । ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମ ସେହି ଜିଲ୍ଲାଗୁଡିକରେ କଟକଣାକୁ ଅଧିକ କୋହଳ କରାଯାଇପାରେ । ଖୋର୍ଦ୍ଧା, କଟକ, ଯାଜପୁର, ବାଲେଶ୍ୱର. ପୁରୀ ଓ ଭଦ୍ରକ ଭଳି ଜିଲ୍ଲା, ଯେଉଁଠି ଅଧିକ ସଂକ୍ରମଣ ହାର ରହିଛି ସେଠାରେ କଟକଣା ଅଧିକ ରହିପାରେ ।