କାହିଁକି ଟ୍ୱିନ ସିଟିରେ ବଢୁଛି ସଂକ୍ରମଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ପ୍ରବାସୀଙ୍କ ସଂଖ୍ୟା ଅଧିକ ଥିବାରୁ ବଢୁଛି ମାମଲା

ରାଜ୍ୟରେ ୬୩% ଆଇସିୟୁ ଓ ୨୫% ଭେଟଂଲେଟରରେ ଅଛନ୍ତି ରୋଗୀ

185

କନକ ବ୍ୟୁରୋ : କଟକ ଓ ଭୁବନେଶ୍ୱରରେ କାହିଁକି ବଢୁଛି ସଂକ୍ରମଣ । ଏହାର କାରଣ କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । କଟକ ଓ ଭୁବନେଶ୍ୱରରେ ପ୍ରବାସୀଙ୍କ ସଂଖ୍ୟା ଅଧିକା ଥିବାରୁ ସଂକ୍ରମଣ ବଢୁଛି ଓ ବଢିବ । କଂଟାକ୍ଟ ଟ୍ରେସିଂ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ସ୍ଥାନୀୟ ଗହଳି ଅଂଚଳକୁ ଅଧିକା ଗୁରୁତ୍ୱ ଦେଉଛୁ ବୋଲି କହିଛନ୍ତି ଡ଼ାକ୍ତର ବିଜୟ ମହାପାତ୍ର ।

ସେହିପରି ୪୩% ଜେନେରାଲ ବେଡ଼, ୬୩% ଆଇସିୟୁ ବେଡ଼ ଓ ୩୫% ଭେଂଟିଲେଟର ବେଡ଼ ଫିଲଅପ୍ ଅଛି ବୋଲି ସେ କହିଛନ୍ତି । ପଶ୍ଚିମ ଓଡ଼ିଶାରେ ରୋଗୀ ଅଧିକା ସେଥିପାଇଁ ସେଠାରେ ଅଧିକା ରୋଗୀ ଭର୍ତି ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଏକ୍ସପର୍ଟ କମିଟି ଏବଂ ରାଜ୍ୟ ସରକାରଙ୍କ ଏକ୍ସପର୍ଟ କମିଟିଙ୍କ କଥା ଶୁଣନ୍ତୁ । ସୋସିଆଲ ମିଡ଼ିଆ କଥା ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।