ସଂଖ୍ୟା ବଢୁଛି, ଚିନ୍ତା ବଢୁଛି: ଦେଶରେ ୧୩ ଶହ ଟପିଲା କରୋନା ମୃତ୍ୟୁ: ୩୯ ହଜାର ୯୮୦ ଆକ୍ରାନ୍ତ, ମହାରାଷ୍ଟ୍ରରେ ସର୍ବାଧିକ ୫୨୧ ଜଣଙ୍କ ମୃତ୍ୟୁ

328

କନକ ବ୍ୟୁରୋ: ଦେଶରେ ୧୩ ଶହ ଟପିଲା କରୋନା ମୃତ୍ୟୁ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଅନୁସାରେ ଶେଷ ଖବର ସୁଦ୍ଧା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୦୧କୁ ବୃଦ୍ଧି ପାଇଛି । ସେହିପରି ସାରାଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୯ହଜାର ୯୮୦ ରହିଛି । ତେବେ ଆକ୍ରାନ୍ତ ସଂଖ୍ୟାରେ ସବୁଠାରୁ ଶୀର୍ଷରେ ରହିଛି ମହାରାଷ୍ଟ୍ର । ମହାରାଷ୍ଟ୍ର ରେ ଆକ୍ରାନ୍ତ ସଂଖ୍ୟା ୧୨ ହଜାର ୨୯୬ ଓ ମୃତ୍ୟୁ ସଂଖ୍ୟା ୫୨୧ରହିଛି । ଗୁଜରାଟରେ ଆକ୍ରାନ୍ତ ସଂଖ୍ୟା ୫ହଜାର ୫୪ ଓ ମୃତ୍ୟୁ ସଂଖ୍ୟା ୨୬୨ ରହିଛି । ଦିଲ୍ଲୀରେ କରୋନା ଆକ୍ରାନ୍ତ ସଂଖ୍ୟା ୪ ହଜାର ୧୨୨ ଓ ମୃତ୍ୟୁ ସଂଖ୍ୟା ୬୫ ଅଛି । ମଧ୍ୟପ୍ରଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୨ ହଜାର ୮୪୬ ଓ ମୃତ୍ୟୁ ସଂଖ୍ୟା ୧୫୧ ରହିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩୩ ଜଣ, ଆସାମରେ ୧ଜଣ, ବିହାରରେ ୪ ଜଣ, ଦିଲ୍ଲୀରେ ୬୪ ଜଣ, ଗୁଜରାଟରେ ୨୬୨ ଜଣ, ହରିୟାଣାରେ ୪ ଜଣ, ହିମାଚଳ ପ୍ରଦେଶରେ ୧ ଜଣ, ଜମ୍ମୁ ଓ କଶ୍ମୀରରେ ୮ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୨୫ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୧୫୧ ଜଣ, ମହାରାଷ୍ଟ୍ରରେ ୫୨୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧ ଜଣ, ପଞ୍ଜାବରେ ୨୦ ଜଣ, ରାଜସ୍ଥାନରେ ୬୫ ଜଣ, ତାମିଲନାଡୁରେ ୨୯ ଜଣ, ତେଲେଙ୍ଗାନାରେ ୨୮ ଜଣ, ଉତ୍ତରପ୍ରଦେଶରେ ୪୩ ଜଣ ଏବଂ ପଶ୍ଚମବଙ୍ଗରେ ୩୩ ଜଣ ।

ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୫୨୫), ଅରୁଣାଚଳ ପ୍ରଦେଶ (୧), ଆସାମ (୪୩), ବିହାର (୪୮୧), ଚଣ୍ଡିଗଡ଼ (୮୮), ଛତିଶଗଡ଼ (୪୩), ଦିଲ୍ଲୀ (୪୧୨୨), ଗୋଆ (୭), ଗୁଜରାଟ (୫୦୫୪), ହରିୟାଣା (୩୬୦), ହିମାଚଳ ପ୍ରଦେଶ (୪୦), ଜମ୍ମୁ ଓ କଶ୍ମୀର (୬୬୬), ଝାଡ଼ଖଣ୍ଡ (୧୧୫) କର୍ଣ୍ଣାଟକ (୬୦୧), କେରଳ (୪୯୯), ଲଦାଖ (୨୨), ମଧ୍ୟପ୍ରଦେଶ (୨୮୪୬), ମହାରାଷ୍ଟ୍ର (୧୨୨୯୬), ମଣିପୁର (୨), ମେଘାଳୟ (୧୨), ମିଜୋରାମ (୧), ଓଡ଼ିଶା (୧୫୭), ପୁଦ୍ଦୁଚେରୀ (୮), ପଞ୍ଜାବ (୭୭୨), ରାଜସ୍ଥାନ (୨୭୭୦), ତାମିଲନାଡୁ (୨୭୫୭), ତେଲେଙ୍ଗାନା (୧୦୬୩), ତ୍ରିପୁରା (୪), ଉତ୍ତରାଖଣ୍ଡ (୫୯), ଉତ୍ତରପ୍ରଦେଶ (୨୪୮୭) ଓ ପଶ୍ଚିମବଙ୍ଗ (୯୨୨) ।