ବୁଷ୍ଟର ଡୋଜର ଗୁରୁତ୍ୱକୁ ବଢାଇ ଦେଲା ନୂଆ ଅଧ୍ୟୟନ : କରୋନା ଦୁଇଟି ଡୋଜ୍ ଟିକା ନେଇ ୬ ମାସ ପରେ ପ୍ରତିରୋଧ ଶକ୍ତି ହରାଉଛନ୍ତି ୩୦% ଲୋକ

113

କନକ ବ୍ୟୁରୋ: ଓମିକ୍ରନ୍ ପ୍ରଭାବରେ ଦେଶରେ କରୋନାର ତୃତୀୟ ଲହର ଜାରି ରହିଛି । ତେଣୁ ସମ୍ବେଦନଶୀଳ ଗୋଷ୍ଠୀକୁ ବୁଷ୍ଟର ଡୋଜ୍ ଟିକା ଦେବା ମଧ୍ୟ ଆରମ୍ଭ ହୋଇଛି । ଏତିକି ବେଳେ କରୋନା ଟିକାକୁ ନେଇ ଏକ ନୂଆ ଅଧ୍ୟୟନ ସାମ୍ନାକୁ ଆସିଛି, ଯାହା ବୁଷ୍ଟର ଡୋଜର ଗୁରୁତ୍ୱକୁ ବଢାଇ ଦେଇଛି । କାରଣ ହାଇଦ୍ରାବାଦରେ ହୋଇଥିବା ଏହି ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ଟିକାର ଦୁଇଟି ଡୋଜ୍ ନେବା ପରେ ମଧ୍ୟ ପ୍ରାୟ ୩୦ ପ୍ରତିଶତ ଲୋକଙ୍କ ଭିତରେ ୬ ମାସ ପରେ ପ୍ରତିରୋଧ ଶକ୍ତି କମିଯାଉଛି ।

ଏହି ଅଧ୍ୟୟନରୁ ଆଉ କ’ଣ ସବୁ ଜଣାପଡିଛି ?
– ଦୁଇଟି ଡୋଜ୍ ଟିକା ନେବାର ୬ ମାସ ପରେ ମଧ୍ୟ ୩୦% ଲୋକ ହରାଉଛନ୍ତି ପ୍ରତିରୋଧ ଶକ୍ତି
– ବ୍ଲଡପ୍ରେସର ଓ ଡାଇବେଟିସ ଥିବା ୪୦ ବର୍ଷରୁ ଅଧିକ ବୟସ୍କ ସଂପୂର୍ଣ୍ଣ ହରାଉଛନ୍ତି ଇମ୍ୟୁନିଟି
– ଉଭୟ ମହିଳା ଓ ପୁରୁଷଙ୍କ ଭିତରେ ଏଭଳି ଦେଖାଯାଉଥିବାରୁ ବୁଷ୍ଟର ଡୋଜ୍ ଦିଆଯିବା ଜରୁରୀ
– ହାଇଦ୍ରାବାଦର ଏଆଇଜି ହସ୍ପିଟାଲ ଓ ଏସିଆନ ହେଲଥ କେୟାର ଫାଉଣ୍ଡେସନର ଅଧ୍ୟୟନ
– ଟିକାର ଦୁଇଟି ଡୋଜ୍ ନେଇଥିବା ୧ ହଜାର ୬୩୬ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ହୋଇଥିଲା ପରୀକ୍ଷା
– ଦେଖାଗଲା ବୟସ୍କଙ୍କ ଅପେକ୍ଷା ଯୁବବର୍ଗଙ୍କ ଭିତରେ ଅଧିକ ଦିନ ରହୁଛି ପ୍ରତିରୋଧ ଶକ୍ତି
– ପରୀକ୍ଷାରୁ ଜଣାପଡିିଲା ଯେ, ୬% ଲୋକଙ୍କ ଭିତରେ ଆଦୌ ପ୍ରତିରୋଧ ଶକ୍ତି ସୃଷ୍ଟି ହୋଇନାହିଁ
– ଏବେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର ଡୋଜ୍ ଦେବାକୁ ବ୍ୟବସ୍ଥା କରିଛନ୍ତି ସରକାର
– ଅଧ୍ୟୟନରୁ ଜଣାପଡିଛି ଯେ, ଏକାଧିକ ରୋଗ ଥିବା ବ୍ୟକ୍ତିଙ୍କୁ ୬ ମାସ ପରେ ଦରକାର ବୁଷ୍ଟର ଡୋଜ୍