କନକ ବ୍ୟୁରୋ: ଭାରତରେ ଓମିକ୍ରନ ଆସିବା ପରେ ସଂକ୍ରମଣ ପୁଣି ଉପର ମୁହାଁ ହୋଇଯାଇଛି । ମାତ୍ର କିଛି ଦିନ ଭିତରେ ଦୈନିକ ସଂକ୍ରମଣ ୧ ଲକ୍ଷ ଟପିଯାଇଛି । ଏହାର ମୁକାବିଲା ପାଇଁ ଲୋକମାନଙ୍କୁ ବୁଷ୍ଟର ଡୋଜ କରୋନା ଟିକା ଦେବାକୁ ଯୋଜନା ଚାଲିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ପରିସ୍ଥିତି ମଧ୍ୟରେ ଭାରତ ବାୟୋଟେକ ପକ୍ଷରୁ ନିଜର କରୋନା ଟିକା କୋଭାକ୍ସିନର ବୁଷ୍ଟର ଡୋଜ ପାଇଁ କରାଯାଇଥିବା କ୍ଲିନିକାଲ ପରୀକ୍ଷଣରେ କେତେକ ଆଶାଜନକ ରିପୋର୍ଟ ଆସିଛି । ଏହି ପରୀକ୍ଷଣରୁ ଜଣାପଡ଼ିଛି ଯେ ଏହା ଦୀର୍ଘ ସମୟ ପାଇଁ ନିରାପଦ ଓ ଏହାର ସେଭଳି କୌଣସି ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ନାହିଁ । କ୍ଲିନିକାଲ ପରୀକ୍ଷଣରେ ଭାଗ ନେଇଥିବା ୯୦ ପ୍ରତିଶତ ଲୋକଙ୍କ ଶରୀରରେ ଏହା ଦୀର୍ଘ ସମୟ ପାଇଁ ଆଣ୍ଟିବଡି ସୃଷ୍ଟି କରୁଥିବା ପ୍ରମାଣିତ ହୋଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ୧୫-୧୯ ବର୍ଷ ବୟସ ବର୍ଗରର ପିଲାମାନଙ୍କୁ କେବଳ କୋଭାକ୍ସିନ ଦେବାକୁ କମ୍ପାନି ପକ୍ଷରୁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପରାମର୍ଶ ଦିଆଯାଇଛି ।
Covaxin Booster Dose
Safe and Highly Immunogenic (against all variants) #covaxin #BharatBiotech #COVID19Vaccine #COVID19 #boosterdose #SARS_CoV_2 pic.twitter.com/JpwszpWcDj— BharatBiotech (@BharatBiotech) January 8, 2022
ସୂଚନାଯୋଗ୍ୟ ଯେ, ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୪୧ ହଜାର ନୂଆ କରୋନା ଆକ୍ରାନ୍ତ ଓ ୨୮୫ମୃତ୍ୟୁ ରେକର୍ଡ କରାଯାଇଛି । ଏହା ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୨୧.୩% ଅଧିକ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୩,୬୮,୩୭୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୨୮୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୩,୪୬୩ରେ ପହଞ୍ଚିଛି ।