ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲା । ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ ।

117

କନକ ବ୍ୟୁରୋ: ଭୁବନେଶ୍ୱରରେ ମହିଳାଙ୍କୁ ହତ୍ୟା କରି ମୁଣ୍ଡ କାଟିବା ମାମଲା । ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ଜେଏମଏଫସି କୋର୍ଟ । ଶୁକ୍ରବାର କମିଶନରେଟ୍ ପୋଲିସ ଏହି ମାମଲାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରିବା ସହିତ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ଯାହାର ବିଚାର କରି ରାୟକୁ ସଂରକ୍ଷିତ ରଖାଯାଇଛି ।

ରାଜଧାନୀରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମାମଲାର ଛାନଭିନ୍ କରି ଗତକାଲି ସଫଳତା ପାଇଥିଲା କମିଶନରେଟ୍ ପୋଲିସ। ଦୀର୍ଘ ୭ ଦିନର ଚେଷ୍ଟା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏହାପରେ ଘଟଣା ସ୍ଥଳକୁ ନେଇ ପୋଲିସ ଏହି ଘଟଣାର ସିନ୍ ରିକ୍ରିଏସନ୍ କରିଥିଲା । ଏହାପରେ ମହିଳାଙ୍କ ମୁଣ୍ଡକୁ ମଧ୍ୟ ଖୋଜିପାଇଥିଲା ପୋଲିସ । ଏକ ତ୍ରିକୋଣୀୟ ସମ୍ପର୍କରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା ।

ତେବେ ଏହାପରେ ପୋଲିସ ସେମାନଙ୍କୁ ଆଜି କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିଥିଲା । ରିମାଣ୍ଡରେ ଆଣିବା ପରେ ପୋଲିସ ସେମାନଙ୍କୁ ଅଧିକ ପଚରାଉଚୁରା କରିବ । ଏହି ହତ୍ୟାକାଣ୍ଡ ପଛରେ ଆଉ କେଉଁ କେଉଁ ରହସ୍ୟ ଲୁଚିରହିଛି ସେନେଇ ପୋଲିସ ଅଧିକ ଛାନଭିନ୍ କରିବ ବୋଲି ଜଣାପଡିଛି ।