କନକ ବ୍ୟୁରୋ: ରାଜସ୍ଥାନର ଆଦିବାସୀ ବହୁଳ ବଂସବାଡା ଜିଲ୍ଲାରେ ଜଣେ ଅଭିଯୁକ୍ତକୁ ମିଳିଛି ଦୃଷ୍ଟାନ୍ତମୂଳକ ଦଣ୍ଡ । ନିଶାରେ ସ୍ତ୍ରୀ ଓ ପୁଅକୁ ପିଟିପିଟି ହତ୍ୟା କରିଥିବା ମଦୁଆ ସ୍ୱାମୀକୁ କୋର୍ଟ ଦେଇଛନ୍ତି ମୃତ୍ୟୁ ଦଣ୍ଡ । ୪ ବର୍ଷ ତଳେ ଅଭିଯୁକ୍ତ ମଦ ପିଇ ଆସି ଠେଙ୍ଗାରେ ପିଟିପିଟି ଦୁହିଁଙ୍କୁ ହତ୍ୟା କରିଥିଲା ।

Advertisment

ସୂଚନା ମୁତାବକ, ଏହି ଘଟଣା ବଂସବାଡା ଜିଲ୍ଲା ମାତାସୁଲା ଗାଁରେ ୨୦୧୮ ଜୁନ୍ ୧୫ ତାରିଖ ରାତିରେ ଘଟିଥିଲା । ରୂପା ନାମକ ବ୍ୟକ୍ତି ସବୁବେଳେ ମଦ୍ୟପାନ କରି ଆସି ଘରେ ହଙ୍ଗାମା କରେ । ସେଦିନ ରାତିରେ ସବୁଦିନ ପରି ମଦ୍ୟପାନ କରି ଆସି ଘର ଲୋକଙ୍କୁ ଗାଳିଗୁଲଜ କରିଥିଲା । ଏଥିରେ ପତ୍ନୀ ବିରୋଧ କରିବାରୁ ଏକ ଠେଙ୍ଗା ଆଣି ତାଙ୍କୁ ପିଟିଥିଲା । ପୁଅ ବି ବିରୋଧ କରିବାରୁ ତାକୁ ପିଟିଥିଲା । ରୂପାର ଝିଅ ଲୁଚିଯାଇ ପଡିଶା ଘର ଲୋକଙ୍କୁ ଡାକି ଆଣିବା ବେଳକୁ ରୂପାର ସ୍ତ୍ରୀ ଓ ପୁଅ ତଳେ ରକ୍ତ ଜୁଡୁବୁଡୁ ହୋଇପଡିଥିଲେ । ତଥାପି ରୂପା ତାଙ୍କୁ ପିଟିବାରେ ଲାଗିଥାଏ ।

ମା’ ପୁଅଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଦିନଠୁ ମାମଲା ବିଚାରଧିନ ଥିଲା ।