କନକ ବ୍ୟୁରୋ : କୋରିଅର୍ କଣ୍ଟେନରରେ ଭାଙ୍ଗ । ଓଡ଼ିଶା ଅବକାରୀ ଇତିହାସରେ ପ୍ରଥମଥର ଏକାଥରକେ ୬୦ ଲକ୍ଷ ଟଙ୍କାର ଭାଙ୍ଗ ଜବତ । ଏହି ମାମଲାରେ ବିହାରର ଦୁଇ ଅଭିଯୁକ୍ତ ଗିରଫ । ଏକ କୋରିଅର୍ ପାର୍ସଲ୍ କଣ୍ଟେନରରେ ବିହାର ବେଗୁସରାଇରୁ ଭୁବନେଶ୍ୱର ଆଡ଼କୁ ଚାଲାଣ କରାଯାଉଥିଲା । ଅବକାରୀ ଟିମ୍ ଏହି ଚୋରା କାରବାରରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ବିହାର ବେଗୁସରାଇର ଅଶୋକ ପାଶ୍ୱାନ ଏବଂ ଯୋଗେନ୍ଦ୍ର ପାଶ୍ୱାନକୁ ଗିରଫ କରିଛି । ତେବେ ଏତେ ପରିମାଣର ଭାଙ୍ଗ ଜବତ ଘଟଣା ଅବକାରୀ ବିଭାଗକୁ ବି ଚକିତ କରିଦେଇଛି ।
ସୂଚନା ଅନୁଯାୟୀ, ବିହାର ବେଗୁସରାଇର ଅଶୋକ ଜଣେ କୁଖ୍ୟାତ ଭାଙ୍ଗ ମାଫିଆ । ଭୁବନେଶ୍ୱର ବାଳକାଟି ଅଞ୍ଚଳରେ ସେ ଘରଭଡ଼ା ନେଇ ପରିବାର ସହିତ ଦୀର୍ଘଦିନ ହେବ ରହୁଛି । ବିହାର ବେଗୁସରାଇ ଜିଲ୍ଲାରୁ ୬୦ କୁଇଣ୍ଟାଲ ଭାଙ୍ଗ ଆଣିଥିଲା ଅଶୋକ । କେଜି ପିଛା ୧୦୦ ଟଙ୍କାରେ କିଣିଥିଲା । ୧୫୦ଟି ବ୍ୟାଗରେ ଭର୍ତି ଭାଙ୍ଗ ଧରି ଅଶୋକ ଭୁବନେଶ୍ୱର ଆଡ଼କୁ ଯାଉଥିବା ସମ୍ପର୍କରେ ଜିଲ୍ଲା ଅବକାରୀ ବିଭାଗ ଆଗୁଆ ଖବର ପାଇଥିଲା । ପରେ ଗତକାଲି ଏହି କଣ୍ଟେନରରେ ଭର୍ତ୍ତି ଭାଙ୍ଗକୁ ଅବକାରୀ ବିଭାଗ ଚଢାଉ କରି ଜବତ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/ganja-seized-739x430-1.jpg)