ବ୍ଲାକମେଲିଂ ପାଇଁ ବାଛିନେଲେ ଚରମ ପନ୍ଥା: ନ୍ୟାୟ ମାଗି ଏକାଠି ଝୁଲିପଡ଼ିଲେ ପ୍ରେମୀଯୁଗଳ

302

କନକ ବ୍ୟୁରୋ: ଗାଁ ମୁଣ୍ଡ ଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମରଶରୀର । ବିଳମ୍ବିତ ରାତିରେ ଘରୁ ଚାଲିଆସି କରିଛନ୍ତି ଆତ୍ମହତ୍ୟା । ଏହି ଘଟଣା ହେଉଛି ଯାଜପୁର ଜିଲା ଧୁଦୁରାନ୍ତା ପଂଚାୟତର ଗଣପତି ପାଟଣା ଗ୍ରାମର । ସୂଚନା ଅନୁସାରେ, ଏହି ଦୁଇ ପ୍ରେମୀଙ୍କ ସମ୍ପର୍କରେ କଂଟା ସାଜିଥିଲେ ସେହି ଗ୍ରାମର ଅନ୍ୟ ଜଣେ ଯୁବକ । ନାବାଳିକା ହୋଇଥିବାରୁ କଥା ପ୍ରଘଟ କରିବାର ଭୟ ଦେଖାଇ ନାବାଳିକାଙ୍କୁ ବ୍ଲାକମେଲ କରିବାକୁ ଫୋନ ଓ ମେସେଜ କରି ଧମକ ଦେଇଥିଲେ । ଆଉ ଯାହାର ପ୍ରମାଣ ମିଳିଛି ନାବାଳିକାଙ୍କ ମୋବାଇଲ ଫୋନରୁ ।

ବିଭିନ୍ନ ସମୟରେ ଏମିତି ଧମକରେ ବିଚଳିତ ହୋଇ ପ୍ରେମୀଯୁଗଳ ବାଛି ନେଇଥିଲେ ଶେଷ ବାଟ । ଆଉ ବିଳମ୍ବିତ ରାତିରେ ଘରୁ ଚାଲିଆସି କରିଥିଲେ ଆତ୍ମହତ୍ୟା । ଆଉ ଏବେ ଶବ ବ୍ୟବଛେଦ କରି ଯାଜପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରେମୀଯୁଗଳଙ୍କ ମୃତ୍ୟୁ ପୂର୍ବରୁ ମୋବାଇଲ ରେକର୍ଡିଂ ମାଧ୍ୟମରେ ନେଇଥିବା ପିଂଟୁ ନାମକ ଯୁବକ ଜଣକ କିଏ ଏବଂ କେଉଁ ଆଧାରରେ ନାବାଳିକାଙ୍କୁ ବ୍ଲାକମେଲ କରୁଥିଲେ ତାହାକୁ ନେଇ ପୋଲିସ ଛାନଭିନ କରୁଛି ।