ସ୍ୱାଧୀନତା ଦିବସରେ ଢେଙ୍କାନାଳରେ ଅଭାବନୀୟ ଘଟଣା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ

ସ୍ୱାଧୀନତା ଦିବସରେ ଢେଙ୍କାନାଳରେ ଅଭାବନୀୟ ଘଟଣା :  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନଳ : ସ୍ୱାଧୀନତା ଦିବସରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅଭାବନୀୟ ଘଟଣା। ରାସୋଳର ସନ୍ତୋଷ କୁମାର ସାହୁ ଏବଂ ତାଂକ ପତ୍ନୀ କାର୍ଯ୍ୟାଳୟ ପରିସରରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ସେମାନେ ନିଆଁ ଲଗାଇବା ପୂର୍ବରୁ କିଛି ଗଣମାଧ୍ୟମ ପ୍ରତିନିଧି ସେମାନଙ୍କୁ ଉଦ୍ଧାର କରିଥିଲେ।

ସନ୍ତୋଷ ସାହୁ ଜିଏମଆର କମ୍ପାନୀରେ ୩ କୋଟିର ଠିକାଦରୀ କାମ କରିଥିଲେ। ହେଲେ କମ୍ପାନୀ ତାଙ୍କର ୩୪ ଲକ୍ଷ ବକେୟା ଅର୍ଥ ରାଶି ଦେଇନଥିଲା। ଏନେଇ ସେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ୍ୟ ହୋଇଥିଲା।

ଶେଷରେ ସନ୍ତୋଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ମାନ୍ୟବର ହାଇକୋର୍ଟ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥିତାରେ କମ୍ପାନୀ କର୍ତୁପକ୍ଷଙ୍କ ଠାରୁ ବକେୟା ରାଶି ପଇଠ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏନେଇ ଜିଲ୍ଲାପାଳ ତାଙ୍କୁ ଅପମାନିତ କରିବାରୁ ସେ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ସେଠାରେ କୌଣସି ପ୍ରଶାସନିକ ଅଧିକାରି କିମ୍ବା ପୋଲିସ ଉପସ୍ଥିତ ନଥିବାରୁ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ଉଦ୍ଧାର କରି ଟାଉନ ପୋଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe