ଓଡ଼ିଶାରେ ସ୍ୱଚ୍ଛତାର ସହ ବଣ୍ଟା ଯାଇଛି ଆବାସ, ଦୁର୍ନୀତି ହୋଇଥିଲେ ପ୍ରମାଣ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ : ପ୍ରଦୀପ ଅମାତ

ଓଡ଼ିଶାରେ ସ୍ୱଚ୍ଛତାର ସହ ବଣ୍ଟା ଯାଇଛି ଆବାସ, ଦୁର୍ନୀତି ହୋଇଥିଲେ ପ୍ରମାଣ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ : ପ୍ରଦୀପ ଅମାତ

କନକ ବ୍ୟୁରୋ : ଆବାସ ଦୁର୍ନୀତିରେ ଜେଲ ଯିବା ନେଇ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଦେଇଥିବା ପ୍ରତିକ୍ରିୟାର କଡା ଜବାବ ରଖିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ଅମାତ । ପ୍ରଦୀପ କହିଛନ୍ତି, ଓଡ଼ିଶାରେ କୌଣସି ଅନିୟମିତତା ହୋଇନି, ସ୍ଵଚ୍ଛତାର ସହ ଆବାସ ଘର ବଣ୍ଟନ ହୋଇଛି । ରାଜ୍ୟକୁ ଆବାସ ଘର ଦେବାରେ କେନ୍ଦ୍ର ସରକାର ବଞ୍ଚିତ କରିଥିଲେ । କର୍ଣ୍ଣାଟକ ନିର୍ବାଚନକୁ ଲକ୍ଷ୍ୟ କରି ସେଠାରେ ଅଧିକ ଘର ଦେଇଥିଲେ । ଓଡ଼ିଶା ପାଇଁ ଆବାସ ପ୍ଲସ ପୋର୍ଟାଲ ବନ୍ଦ କରିଥିଲେ । ତାହାର ପରିଣାମ ମଧ୍ୟ ଭୋଗିଲେ ।

ଏହାଛଡା ପ୍ରଦୀପ କହିଛନ୍ତି, ଏବେ ଆମେ ଆବାସ ବଦଳରେ ମୋ ଘର ଦେଉଛୁ । ମୋ ଘର ଯୋଜନା ସଫଳ ହେଉଥିବାରୁ କେନ୍ଦ୍ରମନ୍ତ୍ରୀ ଏଭଳି ଅଭିଯୋଗ ଆଣିଛନ୍ତି । ଯଦି ଦୁର୍ନୀତି ହୋଇଛି ତେବେ ଏହାର ପ୍ରମାଣ ଦିଅନ୍ତୁ କେନ୍ଦ୍ରମନ୍ତ୍ରୀ । ଗତକାଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ଆବାସକୁ ନେଇ ରାଜ୍ୟ ସରକାରକୁ ଟାର୍ଗେଟ କରିଥିଲେ । ଯୋଗ୍ୟ ହିତାଧିକାରୀ ଆବାସ ପାଉନଥିବା କଥା କହି, ଏଥିରେ ଦୁର୍ନୀତି ହେଉଥିବା କହିଥିଲେ । ଏପରିକି ଆବାସରେ ଦୁର୍ନୀତି କରିଥିବା ଲୋକଙ୍କୁ ଆଦୌ ଛଡାଯିବନି, ଆବଶ୍ୟକ ପଡିଲେ ଜେଲ ପଠାଯିବ ବୋଲି କହିଥିଲେ ନଡ୍ଡା । ଯାହାକୁ ନେଇ ଏବେ ଓଡ଼ିଶାରେ ରାଜନୀତି ତେଜିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe