ଆସିଲା ସବୁଠୁ ଦାମୀ ଆଇ-ଫୋନ ! ୯୦ଲକ୍ଷ ଟଙ୍କା ଫୋନରେ ରହିଛି ୧୮ କ୍ୟାରେଟ୍ ସୁନାର ଆସ୍ତରଣ । 

25

କନକ ବ୍ୟୁରୋ : ଆପଲ ଆଇ-ଫୋନର ସବୁଠୁ ମହଙ୍ଗା ଭର୍ସନ୍ । ଯାହାର ଦାମ୍ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଇ-ଫୋନକୁ ନେଇ ସମସ୍ତଙ୍କ ମଧ୍ୟରେ ସବୁବେଳେ କ୍ରେଜ୍ ଥିବାବେଳେ ଚଳିତ ବର୍ଷ ଗ୍ରାହକଙ୍କ ପାଇଁ ଆପଲ ଆଣିବ ଏମିତି ଏକ ଫୋନ ଯାହା ହୁଏତ ସମସ୍ତଙ୍କ ଭାବନା ବାହାରେ ଥିବ । ଏମିତି ଏକ ଫୋନ ଯାହାର ଦାମ୍ ପାଖାପାଖି ୯୦ଲକ୍ଷ । ଆଉ ଆପଲ୍ର ଏହି ଫୋନ ହେଉଛି ଗୋଲ୍ଡ ପ୍ଲେଟେଡ୍ ।

ଆପଲ ଆଇ-ଫୋନର ସବୁଠାରୁ ମହଙ୍ଗା ଭର୍ସନ ଏହି ଫୋନଟି ୧୮କ୍ୟାରେଟ୍ ସୁନାରେ ପ୍ରସ୍ତୁତ ହୋଇଛି । ବ୍ରିଟେନର ଗୋଲଡଜେନି ନାମକ ଏକ କମ୍ପାନୀ ଆଇ-ଫୋନ ଉପରେ ଏହି ସୁନାର ଆସ୍ତରଣ ଦେଇଛି । ଏହି ନୂଆ ଓ ଦାମୀ ଗୋଲ୍ଡ ପ୍ଲେଟେଡ୍ ଆଇ-ଫୋନ୍ କିଣିବା ପାଇଁ ଗ୍ରାହକ ପ୍ରାକ୍ ଅର୍ଡର କରିପାରିବେ । ଏହି ଫୋନର ରହିଥିବା ମୂଲ୍ୟର ଅଧା ଟଙ୍କା ଦେଇ ଗ୍ରାହକ ପ୍ରି-ବୁକ୍ କରିପାରିବେ । ଆଇ ଫୋନକୁ ନେଇ ସମସ୍ତଙ୍କ ମଧ୍ୟରେ ସବୁବେଳେ କ୍ରେଜ୍ ରହିଥିବା ବେଳେ ଏଭଳି ଫୋନ ଗ୍ରାହକଙ୍କ ମଧ୍ୟରେ ଚହଳ ପକାଇବ ।