ବଲାଙ୍ଗିର ହାତୀଶାଲପଡାରେ ବାରିକେଡିଂ ବ୍ୟବସ୍ଥାରେ ଦୁର୍ନୀତି । ତଦନ୍ତ ଦାବି କଲେ ସ୍ଥାନୀୟ ଲୋକେ

125

କନକ ବ୍ୟୁରୋ: ବଲାଙ୍ଗିର ସହରର ହାତୀଶାଲପଡାରେ ହୋଇଥିବା ବାରିକେଡିଂ ବ୍ୟବସ୍ଥା, କୋଭିଡ ପରିଚାଳନାକୁ ନେଇ ସବୁଠାରୁ ବଡ ପ୍ରଶ୍ନ ଛିଡା କରିଛି । ଗତବର୍ଷ ଏପ୍ରିଲ ମାସରେ କନଟେନମେଣ୍ଟ ଜୋନ କରିବା ପାଇଁ ୮ଟି ବାଉଁଶ ବ୍ୟବହାର କରାଯାଇଥିଲା । ଏଥିପାଇଁ ବିଲ ହୋଇଥିଲା ୨ଲକ୍ଷ ୪୨ ହଜାର ଟଙ୍କା । ଯାହାକୁ ନେଇ ଅନେକ ପ୍ରଶ୍ନ ଠିଆ ହୋଇଛି ।

ସେପଟେ ହାତିଶାଲ ପଡାରେ ଏହି ବାରିକେଡ ତିଆରି କରିଥିବା ଆର ଆଣ୍ଡ ବି ଡିଭିଜନ ପ୍ରତିକ୍ରିୟା ରଖିଛି । ବିଭାଗର ନିର୍ବାହୀ ଯନ୍ତ୍ରୀ ନଳିନି କାନ୍ତ ଦାସ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ସେମିତି କିଛି ମିଛ ବିଲ ହୋଇନାହିଁ, ଯେତିକି ଖର୍ଚ୍ଚ ହୋଇଛି ସେତିକି ବିଲ ହୋଇଛି । ତେବେ ଆର ଆଣ୍ଡ ବି ବିଭାଗର ନିର୍ବାହୀ ଯନ୍ତ୍ରୀ ନଳିନୀ କାନ୍ତ ଦାସଙ୍କୁ ଆମର କେତୋଟି ପ୍ରଶ୍ନ…

୧. ହାତୀଶାଲ ପଡାରେ କନଟେନ୍ମେଂଟ୍ ଜୋନ ପାଇଁ କେତୋଟି ସ୍ଥାନରେ ବାରିକେଡ୍ କରାଯାଇଥିଲା ?
୨. ବାରିକେଡ୍ ବ୍ୟବସ୍ଥା ପାଇଁ କେତେ ବାଉଁଶ ବ୍ୟବହାର କରାଯାଇଥିଲା?
୩. କେତେଜଣ ମଜୁରିଆ କେତେ ଦିନ ଧରି କାମ କରୁଥିଲେ?
୪. ୨ଲକ୍ଷ ୪୨ ହଜାର ଟଙ୍କାର ସମ୍ପୁର୍ଣ୍ଣ ତଥ୍ୟ ନିର୍ବାହୀ ଯନ୍ତ୍ରୀ ଦେବେ କି?

ହାତୀଶାଲପଡାର ଏହି ଘଟଣା ଓଡିଶାବାସୀଙ୍କ ଆଗରେ ସ୍ପଷ୍ଟ ହେବା ଦରକାର । ପ୍ରକୃତରେ କଣ ଘଟିଥିଲା ତାହା ରାଜ୍ୟବାସୀଙ୍କ ଆଗକୁ ଆସିବା ଦରକାର । ନହେଲେ ବ୍ୟବସ୍ଥା ଉପରେ ବିଶ୍ୱାସ ତୁଟିଯିବ ।