ଦେଶର ୪ଟି ରାଜ୍ୟରେ କୋଭିଡ୍ ଟିକାକରଣର ଡ୍ରାଏ ରନର ଆଜି ଦ୍ୱିତୀୟ ଦିନ : ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ପଂଜାବରେ ଶୀତଳଭଣ୍ଡାରରୁ ଟିକା ପରିବହନ ଉପରେ ଫୋକସ୍

ଡମି ଟିକାରେ ଆଜି ମଧ୍ୟ କରାଯିବ ଟିକାକରଣର ଅଭ୍ୟାସ

70

କନକ ବ୍ୟୁରୋ : ଦେଶରେ ଦୁଇ ଦିନିଆ କୋଭିଡ୍ ଭାକସିନ୍ ଡ୍ରାଏ ରନର ଆଜି ଦ୍ୱିତୀୟ ଦିନ । ଟିକା କରଣ ପାଇଁ ସରକାରଙ୍କ ପ୍ରସ୍ତୁତିକୁ ପରଖିବା ପାଇଁ ଦେଶର ୪ଟି ରାଜ୍ୟରେ ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଞ୍ଜାବରେ କୋଭିଡ ଟିକାକରଣର ଡ୍ରାଏ ରନ୍ ଚାଲିଛି । ଡ୍ରାଏ ରନର ଅର୍ଥ ହେଉଛି ପୁରା ଟିକାକରଣ ପ୍ରକ୍ରିୟାର ମକଡ୍ରିଲ କରାଯିବ । ଏକ ଡମି ଭ୍ୟାକସିନ କୋଲ୍ଡ ଷ୍ଟୋରେଜରୁ ବାହାରି ଟିକାଦାନ କେନ୍ଦ୍ର ଯାଏଁ ପହଂଚିଛି । ଏହି ସମୟରେ ଟ୍ରାଫିକ ଭିଡ ଏଡାଇବା, ଭ୍ୟାକିସନର ରିଅଲ ଟାଇମ ମନିଟରିଂ ମଧ୍ୟ ପରଖା ଯାଇଛି । ଦେଶରେ କିଭଳି ହେବ ସମୁହ ଟିକାକରଣ, ତାର ରିହାର୍ସାଲ ଏହି ଡ୍ରାଏ ରନ୍ ଜରିଆରେ ଆରମ୍ଭ ହୋଇଛି ।

ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ ଓ ପଞ୍ଜାବରେ କୋଭିଡ ଟିକାକରଣର ଡ୍ରାଏ ରନ୍ ଚାଲିବ । ପ୍ରତ୍ୟେକ ରାଜ୍ୟର ଦୁଇଟି ଲେଖାଏଁ ଜିଲ୍ଲାରେ ଚାଲିଛି ଡମି ଟିକାକରଣ । ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ ୧୦୦ ଜଣଙ୍କ ପାଇଁ ନିକଟସ୍ଥ ଡିପୋରୁ ଡମି ଟିକା ପହଂଚାଯିବା ପରେ ଏହି ଡମି ଟିକାକରଣ କରାଯାଉଛି । ଡମି ଟିକା, ଟିକାକରଣ କେନ୍ଦ୍ରରେ ପହଁଚିବା ଯାଏଁ ଟିକାର ତାପମାତ୍ରାରୁ ରେକର୍ଡ କରାଯାଉଛି । ଟିକା ନେବା ପରେ ପ୍ରତ୍ୟକ ବ୍ୟକ୍ତି ୩୦ ମିନିଟ୍ ଯାଏଁ ଟିକାକରଣ କେନ୍ଦ୍ରରେ ବସି ରହିବେ । ଏହି ସମୟରେ ଟିକାର ପ୍ରତିକ୍ରିୟା ନେଇ ଯାଂଚ କରାଯାଉଛି ।

କେମିତି ହେଉଛି ଟିକାକରଣର ଡ୍ରାଏ ରନ୍?
ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ ୧୦୦ ଜଣଙ୍କ ପାଇଁ ନିକଟସ୍ଥ ଡିପୋରୁ ଡମି ଟିକା ପହଂଚାଯିବ
ଟିକାକରଣ କେନ୍ଦ୍ରରେ ପହଂଚିବା ଯାଏଁ ଟିକାର ତାପମାତ୍ରା ସ୍ଥିର ରଖିବାକୁ ଅନୁଧ୍ୟାନ କରାଯିବ
ଟିକା କିଏ ଓ କେତେବେଳେ ଦେବେ ସେନେଇ ଏସଏମଏସରେ ଆଗୁଆ ସୂଚନା ଦିଆଯିବ
ଟିକା ନେଇଥିବା ବ୍ୟକ୍ତି ୩୦ ମିନିଟ ଧରି ବିଶ୍ରାମ ନେବେ ଓ ତାଙ୍କ ସ୍ୱାସ୍ଥ୍ୟକୁ ଅନୁଧ୍ୟାନ କରାଯିବ