ଜାନୁଆରୀ ୧୬ରୁ ସାରା ଦେଶରେ କରୋନା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା ।

119

କନକ ବ୍ୟୁରୋ : ଜାନୁଆରୀ ୧୬ରୁ ସାରା ଦେଶରେ ହେବ କରୋନା ଟିକାକରଣ । ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯିବ ଟିକା । ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରାୟ ୩ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବାର ଯୋଜନା କରାଯାଇଛି । ଏହାପରେ ୫୦ ବର୍ଷ ବୟସର ଅଧିକ ଲୋକଙ୍କୁ ଟିକା ଦିଆଯିବ ।

କରୋନା ଟିକାକରଣକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଏହି ବୈଠକରେ କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଓ ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ୧୬ରେ ଟିକାକରଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।